ମନୋରଞ୍ଜନ

ପୁନର୍ବାର ଡକ୍ଟର ମଶହୁର ଗୁଲାଟି ଚରିତ୍ରରେ ଅବତୀର୍ଣ୍ଣ ହେବେ ସୁନୀଲ ଗ୍ରୋଭର୍‌

ଆଓରି-ନୂଆଦିଲ୍ଲୀ(୨୫/୯) : ଅଭିନେତା ସୁନୀଲ ଗ୍ରୋଭର୍‌ ଆଜିକାଲି ବଡ଼ ବ୍ୟାନର୍‌ରେ କାମ କରୁଛନ୍ତି। ଦବଙ୍ଗ ଖାନ୍ ସଲମାନ୍‌ଙ୍କ ସହ ଆଗାମୀ ଚଳଚ୍ଚିତ୍ର ‘ଭାରତ’ରେ ସେ ଏକ ମୁଖ୍ୟ ଭୂମିକାରେ ଦେଖାଦେବେ। ମିଳିଥିବା ଖବର ଅନୁସାରେ, ସଲମାନ୍‌ ନିଜେ ନିର୍ଦେଶକଙ୍କୁ ସୁନୀଲଙ୍କ ନାମ ପ୍ରସ୍ତାବ କରିଥିଲେ। ସୁନୀଲ ଏବେ ଯଦିଓ କ୍ୟାରିୟର ଦୃଷ୍ଟିରୁ ବେଶ୍ ସଫଳ ଅଛନ୍ତି, କିନ୍ତୁ ନିଜ ପୁରୁଣା ଲୋକପ୍ରିୟ ଭୂମିକା ‘ଡକ୍ଟର ମଶହୁର ଗୁଲାଟି’ ଚରିତ୍ରକୁ ଏଯାଏଁ ଭୁଲିପାରିନାହାନ୍ତି। ହାସ୍ୟକଳାକାର କପିଲ ଶର୍ମାଙ୍କ ସହ ମନୋମାଳିନ୍ୟ କାରଣରୁ ‘ଦ କପିଲ ଶର୍ମା ଶୋ’ ଶେଷରେ ବନ୍ଦ ହୋଇଥିଲା। ତେବେ ସୁନିଲଙ୍କୁ ପୁନର୍ବାର ସୁଯୋଗ ମିଳିଛି ଏଇ ଚରିତ୍ରରେ ଅବତୀର୍ଣ୍ଣ ହେବା ନିମନ୍ତେ। ସୋନି ଟିଭିର ଏକ କାର୍ଯ୍ୟକ୍ରମରେ ଦୁଇଟି ଏପିସୋଡ୍ ନିମନ୍ତେ ସେ ‘ଡକ୍ଟର ମଶହୁର ଗୁଲାଟି’ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡ଼ିଛି। ଅଳ୍ପ ସମୟ ପାଇଁ ପଛକେ ହେଉ, କିନ୍ତୁ ତାଙ୍କ ପ୍ରିୟ ଭୂମିକାରେ ପୁନଃ ସୁଯୋଗ ମିଳିଥିବାରୁ ଖୁବ୍ ଖୁସି ଥିବାର ସୁନୀଲ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button