ଦାବିପୂରଣ ନହେଲେ ନିର୍ବାଚନ ବର୍ଜନ ସହିତ ରାଜରାସ୍ତାକୁ ଓହ୍ଲାଇବେ ସୁନାବେଡା ବନବାସୀ
1 min read
ଆଓରି-ଭୁବନେଶ୍ଵର(୨୯/୧୨) : ବୁଧବାର ସୁନାବେଡା ଅଭୟାରଣ୍ୟ ଅନ୍ତର୍ଗତ ଖୋଲିରେ ସୁନାବେଡ଼ା, ସୋସେଙ୍ଗ, ମିଛାପାଲି, ସିଆଲଲଟି, ପଞ୍ଚାୟତର ହଲୁଆପାଲି ଗ୍ରାମର ବନବାସୀମାନେ ନିଜ ହକ୍ ପାଇଁ ଏକତ୍ରିତ ହୋଇଥିଲେ। ଦାବି ପୂରଣ ନହେବା ଯାଏ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ପ୍ରତ୍ୟେକ ଗାଁକୁ ବିଜୁଳି ସଂଯୋଗ, ପିଚୁରାସ୍ତା, କେନ୍ଦୁପତ୍ର ଓ ଜଙ୍ଗଲଜାତ ଦ୍ରବ୍ୟର ଅଧିକାର ଦାବି ଉଠାଇଥିଲେ। ଗତ ନଭେମ୍ବର ୨୯ ତାରିଖ ଦିନ ଏହି ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସମସ୍ୟାର ସମାଧାନ ହେବ ବୋଲି ଆଶ୍ଵାସନା ମିଳିଥିଲା। କିନ୍ତୁ ମାସେ ପରେ ବି କିଛି ହୋଇପାରି ନାହିଁ।
ତେଣୁ ଆଗାମୀ ଦିନରେ ନିର୍ବାଚନ ବର୍ଜନ ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ବୈୖଠକରେ ବିଶ୍ରାମ ଛତ୍ରିଆ, କମଲ ମାଝୀ, ତିଲସି˚ ଝାଙ୍କର, ବିଜୟ ଝାଙ୍କର, ଦିବ୍ୟରାଜ ସାହୁ, ମାନସି˚ ମାଝୀ, ରାଜକୁମାର ଧରୁଆ, ମଦନ ମାଝୀ, ସନ୍ତୋଷ ମାଝୀ, ଶଶିଭୂଷଣ ମାଝୀ, ପୂରଣ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।