March 28, 2023

ବଢୁଛି ଗ୍ରୀଷ୍ମ ତାତି

1 min read

ଆଓରି(ତା୨୦|୪)- 

ରାଜ୍ୟରେ ଦିନକୁ ଦିନ ବଢୁଛି ଗ୍ରୀଷ୍ମ ତାତି। ଆଗକୁ ଆହୁରି ୩ରୁ ୪ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।  ଏହାସହ ଅପରାହ୍ନ ୪ଟାରୁ ରାତି ୯ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା କରିଛି ପାଣିପାଗ ବିଭାଗ।

ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ରହିଥିଲା ୪୦ଡିଗ୍ରୀ ଉପରେ। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୨.୬ ଏବଂ ଟିଟିଲାଗଡରେ ୪୨.୫ ଡିଗ୍ରୀ ରହିଥିଲା।

ଯେ ପର୍ଯ୍ୟନ୍ତ ସାଇକ୍ଲୋନ୍ ସର୍କୁଲେସନ୍ ବା ଟ୍ରପ୍ ଲାଇନ୍ ପଡିନାହିଁ, ସେପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା କ୍ଷୀଣ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା। କାଳବୈଶାଖୀ ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି।  ପ୍ରବଳ ବର୍ଷା ସହ କୁଆପଥର ମାଡ ଯୋଗୁ ବାଇଗଣ, ଭେଣ୍ଡି, ପୋଟଳ ସହ ଏକର ଏକର ଜମିରେ ମକା ଫସଲ ନଷ୍ଟ ହୋଇଛି। ଫଳରେ ଏନେଇ ଋଣ କରି ଫସଲ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.