May 20, 2024

ବାଲୁକାକଳା ମାଧ୍ୟମରେ ନୂଆଖାଇ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

1 min read
Nuakhai-Juhar-Sand-Art-Aajira-Odisha

ଆଓରି-ଭୁବନେଶ୍ଵର(୦୩/୦୯) : ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ କୃଷି ଭିତ୍ତିକ ପରମ୍ପରା । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହା ପାଳିତ ହୁଏ । ଆଜିର ଦିନରେ ପଶ୍ଚିମ ଓଡିଶାର କୃଷକମାନେ ନୂଆଲୁଗା ପିନ୍ଧି କ୍ଷେତକୁ ଯାଇ ଭୁଦେବୀ ଓ ଶ୍ରୀଦେବୀଙ୍କୁ ନୈବେଦ୍ୟ ଦେଇ ପୁଜା କରନ୍ତି ।

ଏହି ପବିତ୍ର ନୂଆଖାଇ ପର୍ବ ଅବସରରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ସୁବର୍ଣ୍ଣ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପଶ୍ଚିମ ଓଡିଶାବାସୀଙ୍କୁ ଜଣାଇଛନ୍ତି ନୂଆଖାଇ ଜୁହାର । ନୂଆଖାଇକୁ ନେଇ ସୁଦର୍ଶନ ପ୍ରାୟ କୋଡିଏ ଟନ ବାଲି ବ୍ୟବହାର କରି ଅତି ଆକର୍ଷଣୀୟ ବାଲୁକା କୃତିଟିଏ ଗଢିଛନ୍ତି । ସେଥିରେ ପାରମ୍ପରିକ ସମ୍ବଲପୁରୀ କଳାକୃତି ସହିତ ଧାନକେଣ୍ଡାର ଚିତ୍ର ପ୍ରଦର୍ଶିତ ହୋଇଛି । ଏଥି ସହିତ ଦେବୀଙ୍କୁ ଆରାଧନା କରିବାର ଦୃଶ୍ୟ ନିଖୁଣ ଭାବେ ଗଢିବା ସହ ସମସ୍ତଙ୍କୁ ନୂଆଖାଇର ଜୁହାର ଜଣାଇ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.