ଜାତୀୟରାଜନୀତି

ଗୁଜରାଟ ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଭାବେ ଚୟନ ହେଲେ ସୁବ୍ରମଣ୍ୟମ୍‌ ଜୟଶଙ୍କର

ଆଓରି-ନୂଆଦିଲ୍ଲୀ(୨୫/୦୬) : ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର ସୋମବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସଂସଦ ଭବନ ପରିସରରେ ଦଳର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ବିଜେପିରେ ମିଶିବାର କିଛି ଘଣ୍ଟା ପରେ ଜୟଶଙ୍କରଙ୍କୁ ଗୁଜରାଟ ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି।

ଭାରତୀୟ ବିଦେଶ‌ ସେବା ଅଧିକାରୀ ଜୟଶଙ୍କର ଭାରତର ବୈଦେଶିକ ସଚିବ ପଦରୁ ଅବସର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳି ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପସନ୍ଦକ୍ରମେ ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ବିଜେପିରେ ସାମିଲ ହୋଇ ନ ଥିଲେ। ମନ୍ତ୍ରୀ ରହିବା ପାଇଁ ଆସନ୍ତା ୬ ମାସ ମଧ୍ୟରେ ତାଙ୍କୁ ସଂସଦର ସଦସ୍ୟତା ଲାଭ କରିବାକୁ ପଡ଼ିବ। ୬୪ ବର୍ଷ ବୟସ୍କ ଜୟଶଙ୍କର ବଳିଷ୍ଠ କୂଟନୀତି, ଆଲୋଚନା ପୂର୍ବକ କଥା ମନାଇବାର କୌଶଳ, ଯୋଜନାବଦ୍ଧ ଦୂରଦୃଷ୍ଟି ପାଇଁ ବେଶ ଜଣାଶୁଣା। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ଆମେରିକା​‌ରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ ଥିଲେ। ସେ ୧୯୭୭ ବ୍ୟାଚ ଆଇଏଫଏସ ଅଧିକାରୀ ଲଦାଖର ଦେପସାଙ୍ଗ ଆକ୍ରମଣ, ଡୋକଲାମ ବିବାଦ ଓ ବେଜିଂ ସହିତ ଆଲୋଚନା ପରିଚାଳନା କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button