ରାଜ୍ୟ

ଓଡ଼ିଶା ପୋଲିସଙ୍କ ଦ୍ଵାରା ପୁରସ୍କୃତ ହେଲେ ଶୁଭେନ୍ଦୁ

ଆଓରି-ଭୁବନେଶ୍ଵର(୧୬/୧୨) : ବନ୍ୟପ୍ରାଣୀ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଶନିବାର ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ ମୟୂରଭଞ୍ଜ ଉଦଳା ଅଞ୍ଚଳରୁ ମା’ ସହ ଛୁଆ ବଜ୍ରକାପ୍ତାଙ୍କୁ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାର ଖୋଳତାଡ଼ ପରେ ଆଉ ୬ଜଣଙ୍କୁ ଗିରଫ କରିବା ସହ ୫ଶହ ଗ୍ରାମର ହାତୀ ଦାନ୍ତକୁ ଜବତ କରିଥିଲା। ଏ କ୍ଷେତ୍ରରେ ଶୁଭେନ୍ଦୁ ପୋଲିସକୁ ସହଯୋଗ କରିବା ସହ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।  ପୁରସ୍କାର ସ୍ଵରୂପ  ଶୁଭେନ୍ଦୁଙ୍କୁ ଏସ୍‌ଟିଏଫ୍‌ ଏସ୍‌ପି ସତ୍ୟଜିତ ନାୟକ ୩ ହଜାର ଟଙ୍କାର ଅର୍ଥରାଶି ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button