ରାଜ୍ୟ

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ

ଆଓରି-ଭୁବନେଶ୍ଵର(୧୨/୦୨) : ସ୍କୁଲରେ ଖାଦ୍ୟ ଖାଇ ଛାତ୍ରୀଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି /ଅନୁସୂଚିତ ଜାତି ଛାତ୍ରୀ ନିବାସରେ । ସ୍କୁଲରେ ସରସ୍ୱତୀ ପୂଜା ଦିନ ରନ୍ଧା ଯାଇଥିବା ଖାଦ୍ୟକୁ ତା ପରଦିନ ଖାଇବାକୁ ଦିଆଯାଇଥିଲା । ଯାହା ବିଷାକ୍ତ ହୋଇଯାଇଥିବା ଅଭିଭାବକମାନେ ଦାବି କରିଛନ୍ତି । ତେବେ ସେହି ବିଷାକ୍ତ ଖାଦ୍ୟ ଖାଇ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଳେଶ୍ୱର ବ୍ଲକ ହାତୀଗଡ ଅଞ୍ଚଳର ଝୁମୁରି ହାସଦା ନାମକ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି ।

ଏହାସହ ଅନ୍ୟ ଦୁଇ ଜଣ ଛାତ୍ରୀ ଗୁରୁତର ହୋଇ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ତେବେ ଏହି ସେବାଶ୍ରମରେ ପ୍ରତିଦିନ ଏମିତି ବାସି ଖାଦ୍ୟ ପିଲାମାନଙ୍କୁ ଦିଆଯାଏ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଏହାସହ ଅଭିଭାବକମାନେ କହିଛନ୍ତି ଯେ, ଏହାର ତଦନ୍ତ କରାଯାଉ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ । ସେପଟେ ଏହି ଘଟଣାକୁ ନେଇ ସ୍କୁଲରେ ଅଭିଭାବକଙ୍କ ଭିଡ ଜମିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button