ରାଜନୀତିରାଜ୍ୟ

କୁନ୍ଦୁଲି ଗଣଦୁଷ୍କର୍ମର ନ୍ୟାୟ ପାଇଁ ବିଜେପି ‘ହରତାଳ’ ଓ କଂଗ୍ରେସ ଦଳ ‘ବନ୍ଦ’ ଡାକରା

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ନିଆଁକୁ ନେଇ ସମଗ୍ର ରାଜ୍ୟରେ ଆଜି ବନ୍ଦ ପାଳନ ପାଇଁ ବିଜେପି ‘ହରତାଳ’ଓ କଂଗ୍ରେସ ଦଳ ‘ବନ୍ଦ’ ଡାକରା ଦେଇଥିବା ପରିପ୍ରେକ୍ଷୀରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ରାଜଧାନୀ ରାଜରାସ୍ତାରେ ବିଜେପି-ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। କଂଗ୍ରେସ ବି ରାଜଧାନୀର ଏକାଧିକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ତେବେ ଆଜି ସକାଳ ୬ଟାରୁ କଂଗ୍ରେସ କର୍ମୀମାନେ ରେଳରୋକ କରି ବନ୍ଦ ଆରମ୍ଭ କରିଛନ୍ତି। ସମ୍ବଲପୁର, ଭୁବନେଶ୍ୱର, ଜୟପୁର, ସୋରୋ ଆଦି ସ୍ଥାନରେ ରେଳରୋକ କରି କଂଗ୍ରେସ କର୍ମୀ ଓ ନେତାମାନେ ବନ୍ଦ ପାଳନ କରିଛନ୍ତି।
କୁନ୍ଦୁଲି ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରି ଉଭୟ କଂଗ୍ରେସ ଓ ବିଜେପି ଆଜି ସକାଳ ୬ଟାରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ବନ୍ଦକୁ ଡାକରାକୁ ନେଇ ସରକାର ସ୍କୁଲ କଲେଜକୁ ଛୁଟି ଘୋଷଣା କରି ଦେଇଥିବାରୁ ସମସ୍ତ ସକାଳୁଆ ସ୍କୁଲ ବନ୍ଦ ରହିଛି। ବିଜେଡି ସରକାର ଗାଁକୁ କାମ, ମା’କୁ ସମ୍ମାନର ନାରା ଦେଉଥିବା ବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ ବଢିଚାଲିଛିବୋଲି ଅଭିଯୋଗ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ଲୋଗାନ ଦେଇ କଂଗ୍ରେସ କର୍ମୀମାନରେ ଗାଡ଼ିମଟର ଓ ଟ୍ରେନ ଅଟକାଉଛନ୍ତି। ପୂର୍ବରୁ ପିପିଲି ବେବିନା ବେହେରା, ଟିକିରିର ଇତିଶ୍ରୀ ପ୍ରଧାନ ଓ ଆହୁରି ଅନେକ ମହିଳା ଦୁଷ୍କର୍ମ ଶିକାର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ନ୍ୟାୟ ଦେଇନାହାନ୍ତି। ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଜେଡ଼ି ନେତାଙ୍କ ଦ୍ୱାରା ମହିଳା ଦୁଷ୍କର୍ମର ଶିକାର ହୋଇଛି। ଏସବୁ ଘଟଣାରେ ରାଜ୍ୟ ସରକାରଙ୍କ ବେଖାତିର ମନୋଭାବକୁ ନିନ୍ଦା କରିବା ସହିତ ବନ୍ଦ ସଫଳ ଲାଗି କଂଗ୍ରେସ ନିବେଦନ କରିଥିଲା। ଜରୁରୀକାଳିନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସ୍‌, ବ୍ୟାଙ୍କ ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ଯେଉଁ ଅନୁରୋଧ କରାଯାଇଥିଲା, ତାର ପ୍ରତିଫଳନ ଆଜି ସକାଳୁ ଦେଖିବାକୁ ମିଳିଛି।
ବିଜେପି ମଧ୍ୟ କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ଦାବିରେ ସାରା ରାଜ୍ୟରେ ୧୨ ଘଣ୍ଟିଆ ହରତାଳ ଆରମ୍ଭ କରିଛି। ହରତାଳରେ ଅତ୍ୟାବଶ୍ୟକ ଜିନିଷକୁ ଛାଡି ଦୋକାନ ବଜାର, ଅଖ ଚକ ସବୁ ବନ୍ଦ ରହିବ ବୋଲି ବିଜେପି ଘୋଷଣା କରିଥିବା ପରିପ୍ରେକ୍ଷୀରେ ଆଜି ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ସହର;ରେ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button