ରାଜ୍ୟ

ସାରି ଦିଅନ୍ତୁ ବ୍ୟାଙ୍କ କାମ: କାଲିଠୁ ଲାଗ୍‌ ଲାଗ୍ ଛୁଟି

ଆ.ଓ.ରି(ତା୨୯|୫)-

ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କରେ ଅଛି କି? ତେବେ ଆଜି ହିଁ ବାକି ଥିବା କାମ ସାରିଦେଲେ ଭଲ। କାରଣ କାଲିଠୁ ଆପଣଙ୍କ ବ୍ୟାଙ୍କ ସେବାରେ ବାଧା ସୃଷ୍ଟି ହୋଇପାରେ।

ଜାଣନ୍ତୁ ପ୍ରକୃତ କାରଣ କ’ଣ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଗୁଡ଼ିକର କର୍ମଚାରୀ କାଲିଠାରୁ ଦେଶବ୍ୟାପୀ ୨ ଦିନ ଧରି ଧାରଣା ଦେବାକୁ ଯାଉଛନ୍ତି। ଫଳରେ ଆସନ୍ତାକାଲି ଓ ପଅରଦିନ ଅର୍ଥାତ ବୁଧବାର ଓ ଗୁରୁବାର, ବ୍ୟାଙ୍କରେ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏହାପରେ  ଶୁକ୍ରବାର  ଓ ଶନିବାର ବ୍ୟାଙ୍କ ଖୋଲାରହୁଛି।  ଆଉ ତା ପରଦିନ ହେଉଛି ରବିବାର ଛୁଟି ଦିନ। ତେଣୁ କାଲିଠାରୁ ଆସନ୍ତା ସୋମବାର ଭିତରେ କେବଳ ୨ଟି ୱାର୍କିଂ ଡେ ଶୁକ୍ରବାର ଓ ଶନିବାର ହିଁ ରହିଛି। ତେଣୁ ଆପଣ ନିଜର ବ୍ୟାଙ୍କ କାମ ସାରିବାକୁ ମଝିରେ ୨ଟି ଦିନ ହିଁ ପାଇବେ।

 

Related Articles

Leave a Reply

Your email address will not be published. Required fields are marked *

Back to top button