ଜାତୀୟ

“ତିନ୍‌ ତଲାକ୍‌” ପ୍ରଥା ଅସାମ୍ବିଧାନିକ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ମୁସଲମାନ୍‌  ସମାଜ ପାଇଁ ଏକ ଐତିହାସିକ ରାୟ ପ୍ରକାଶ  କରିଛନ୍ତି । ମୁସଲମାନ୍‌  ସମାଜରେ ପ୍ରଚଳିତ ‘ତିନ୍‌ ତଲାକ୍‌’ ବ୍ୟବସ୍ଥା ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି । ଏ ନେଇ ସଂସଦରେ ଏକ ବିଦ୍ଧିବଦ୍ଧ ଆଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

 ମୁଖ୍ୟ ବିଚାରପତି  ଜଷ୍ଟିସ୍‌ ଜେ.ଏସ୍‌.ଖେହର, ଜଷ୍ଟିସ୍‌ କୁରିୟନ୍‌ ଯୋଶେଫ, ଜଷ୍ଟିସ୍‌  ଆର୍‌.ଏଫ୍‌.ନରିମାନ୍‌, ଜଷ୍ଟିସ୍‌  ୟୁ.ୟୁ.ଲଲିତ୍‌  ଓ ଜଷ୍ଟିସ୍‌  ଅବ୍ଦୁଲ୍‌ ନଜିର୍‌ଙ୍କୁ ନେଇ ଗଠିତ  ୫ ଜଣିଆ ଖଣ୍ଡପୀଠ ପର୍ଯ୍ୟାୟ କ୍ରମେ ନିଜର  ରାୟ ଶୁଣାଇ ଥିଲେ । ୨ ଜଣ  ବିଚାରପତି ଏହି ପ୍ରଥାକୁ ଅସାମ୍ବିଧାନିକ ନୁହେଁ ବୋଲି କହିଥିଲେ କିନ୍ତୁ ଅନ୍ୟ ୩ ଜଣ ତିନ୍‌ ତଲାକ୍‌ ବ୍ୟବସ୍ଥା ଅସାମ୍ବିଧାନିକ ବୋଲି ଉଲ୍ଲେଖ କରିଥିଲେ | ମାତ୍ର ୫ ଜଣିଆ  ଖଣ୍ଡପୀଠରେ ତିନି ଜଣ ବିଚାରପତି ‘ତିନି ତଲାକ୍‌’କୁ ଅସାମ୍ବିଧାନିକ ବୋଲି ନିଜ ରାୟରେ ଉଲ୍ଲେଖ  କରିଥିବାରୁ ବହୁ ମତରେ ଏହା ଗୃହୀତ  ହୋଇଥିଲା  ଏବଂ ସୁପ୍ରିମ୍‌କୋର୍ଟଙ୍କ ରାୟ ତିନି ତଲାକ୍‌  ବିରୋଧରେ ଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button