ମଙ୍ଗଳ ଗ୍ରହରୁ ମିଳିଲା ମହିଳା ସୈନିକଙ୍କ ପଥର ମୂର୍ତ୍ତି, ଭିଡ଼ିଓ ଭାଇରାଲ୍
1 min read
ଆଓରି(୨|୫)-
ପୃଥିବୀ ବାହାରେ ଜୀବ ସତ୍ତା ଅଛି ନା ନାହିଁ ଏନେଇ ବୈଜ୍ଞାନିକମାନେ ରୀତିମତ ଗବେଷଣା କରିଆସୁଛନ୍ତି। ସେଥିପାଇଁ ସେମାନେ ଅନ୍ୟ ଗ୍ରହ ବିଷୟରେ ନାନା ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଏବେ ନାସାର କ୍ୟୁରିଓସିଟି ରୋଭର ଯେଉଁ ଚିତ୍ର ପଠାଇଛି ତାହା ପୁଣି ଅନ୍ୟ ଗ୍ରହରେ ଜୀବସତ୍ତା ଥିବା ସମ୍ଭାବନାକୁ ଉଦ୍ଜୀବିତ କରିଛି।
ନିକଟରେ ନାସାର ମାନବରହିତ ଯାନ କ୍ୟୁରିଓସିଟି ରୋଭର କିଛି ଫଟୋ ପଠାଇଛି। ଏଥିରେ ପ୍ରାଚୀନ ମିଶର ସଭ୍ୟତାର ଏକ ମହିଳା ସୈନିକଙ୍କ ପଥର ମୂର୍ତ୍ତି ପଡିରହିଥିବା ଦେଖିବାକୁ ମିଳିଛି। ତେଣୁ ଏହା ପ୍ରାମାଣିତ କରିଛି ଯେ, ଦିନେ ମଙ୍ଗଳ ଗ୍ରହରେ ଜୀବ ଜଗତ ସମ୍ଭବ ଥିଲା। ଗତ ମାସରେ ୟୁଟ୍ୟୁବରେ ଏକ ଭିଡ଼ିଓ ସେୟାର ହୋଇଥିଲା। ଯେଉଁଥିରେ ଜଣେ ମହିଳା ସୈନିକଙ୍କ ପଥର ମୂର୍ତ୍ତିର ଫଟୋ ଦେଖିବାକି ମିଳିଥିଲା। ଯାହାକି ପ୍ରାଚୀନ ମିଶର ସଭ୍ୟତାର ମୂର୍ତ୍ତି ଭଳି ଜଣାଯାଉଥିଲା।
ବୈଜ୍ଞାନିକଙ୍କ କହିବାନୁସାରେ, ଏଠାରେ ମିଳିଥିବା ଛୋଟଛୋଟ କଳାତ୍ମକ ବସ୍ତୁ ପ୍ରମାଣିତ କରିଛି ଯେ, ଏଠାରେ ପୂର୍ବରୁ କୌଣସି ସଭ୍ୟତା ଥିଲା। ନାସାର ଏହି ଫଟୋ ଏବେ ଭାଇରାଲ୍ ହୋଇଛି ଏବଂ ଏହା ମଧ୍ୟ ବୈଜ୍ଞାନିକଙ୍କୁ ଆଗକୁ ବଢିବାକୁ ଆହୁରି ପ୍ରେରିତ କରିବ ବୋଲି ଆଶା କରାଯାଉଛି।