ଜାତୀୟ

ସ୍ମୁଲ ବସ ଉପରେ ପଥର ମାଡ଼

ଆଓରି(ତା୨|୫)-କାଶ୍ମୀରରେ ପଥର ମାଡ଼ କେବଳ ଭାରତୀୟ ସେନାଙ୍କ ଉପରେ ସୀମିତ ରହି ନାହିଁ। ଆଜି ଏକ ସ୍ମୁଲ ବସ ଉପରେ ପଥର ମାଡ଼ରେ ଜଣେ ଦ୍ୱିତୀୟ ଶ୍ରେଣୀ ସ୍କୁଲ ଛାତ୍ର ଗୁରୁତର ହୋଇଛି। ଗୁରୁତର ଛାତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଚିକିତ୍ସାରତ ଡାକ୍ତର ସୂଚନା ଦେଇଛନ୍ତି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ଓ ବିରୋଧୀ ନେତା ଓମର ଅବଦୁଲ୍ଲା ନିନ୍ଦା କରିଛନ୍ତି। ତେବେ କାଶ୍ମୀରରେ କିଛି ଦିନ ବ୍ୟବଧାନରେ ଏହା ତୃତୀୟ ଘଟଣା। କିଛି ଦିନ ପୂର୍ବେ ଜଣେ ପର୍ଯଟକଙ୍କ ଉପରେ ପଥର ମାଡ଼ କରାଯାଇ ଥିଲା। ଇଣ୍ଡୋନେସିଆରୁ ଆସିଥିବା କିଛି ପର୍ଯଟକଙ୍କ ବସ ଉପରେ ହୁରିୟତ ସମର୍ଥକ ପଥର ମାଡ଼ କରିଥିଲେ। ଏହି ସମୟରେ କିଛି ହାଉସ ବୋଟ ମାଲିକ ସଂଗଠିତ ହୋଇ ପର୍ଯଟକଙ୍କୁ ଉଦ୍ଧାର କରିଥିଲେ। ଠିକ୍‍ ଅନୁରୂପ ଭାବରେ ବୁଧବାର ରେଳବାଇ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ ବସରେ ଯାଉ ଥିବାବେଳେ ବସ ଉପରେ ପଥର ମାଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏଭଳି ଘଟଣାକୁ ନିନ୍ଦା କରିବା ସହ ପଥର ମାଡ଼ କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଏପ୍ରିଲର ପ୍ରଥମାର୍ଦ୍ଧରେ କାଶ୍ମୀର ବିମାନବନ୍ଦରରେ ମଧ୍ୟ ପଥର ମାଡ଼ କରିଥିଲେ ହୁରିୟତ ସମର୍ଥକ। ସେମାନଙ୍କ ପଥର ମାଡ଼ରେ ଆବୁଧାବି ଅଞ୍ଚଳର ଦୁଇ ମହିଳା ଆହତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button