ରାଜନୀତିରାଜ୍ୟ

ଭୁଲ ତଥ୍ୟ ପ୍ରଦାନ କରି ଲୋକଙ୍କ ସମବେଦନା ଗ୍ରହଣ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର ; ଲେଖାଶ୍ରୀ

ଆଓରି-ଭୁବନେଶ୍ଵର(୧୦/୧୨) : ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରବିବାର ଅପରାହ୍ନରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ସମାଲୋଚନା କରାଯାଇଥିଲା । ଏହାର ଜବାବରେ ରାଜ୍ୟ ବିଜେପି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର ବିଜୁ ଜନତା ଦଳକୁ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ବା ବିଜେଡି ରାଜ୍ୟବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ଦେଇ ଭୁଆଁ ବୁଲାଉଛନ୍ତି । ରାଜ୍ୟ ସରକାର ଲୋକଙ୍କୁ ମିଛ କହି ଲୋକଙ୍କ ସମବେଦନା ଗ୍ରହଣ କରିବାକୁ ଚେଷ୍ଟା କରୁଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଉଜ୍ଜଳା ଯୋଜନା ନେଇ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୁର୍ଣ୍ଣ ମିଥ୍ୟା ।

ଉଜ୍ଜଳା ଯୋଜନାରେ ଏପର୍ଯ୍ୟନ୍ତ ପ୍ରାୟ ୫.୮୦ ଲକ୍ଷ ଲୋକ ଏବେ ଉପକୃତ ହେଉଛନ୍ତି । ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢିଛି । ଏହି ହିତାଧିକାରୀଙ୍କ ମଧ୍ୟରୁ ୭୧ ପ୍ରତିଶତ ରିଫିଲିଂ କରୁଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଏକ ବଡ଼ ସଫତାଳା । ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ସଫଳତାକୁ ବିଜେଡି ସହି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ଗ୍ୟାସ୍‌ ସିଲିଣ୍ଡର ରିଫିଲିଂ ହୋଇପାରୁ ନାହିଁ ବୋଲି ବିଜେଡି ଯେଉଁ ଅଭିଯୋଗ କରିଛି ତାହା ସମ୍ପୁର୍ଣ୍ଣ ଭିତ୍ତିହୀନ ।

 

Related Articles

Leave a Reply

Your email address will not be published. Required fields are marked *

Back to top button