ରାଜ୍ୟ

ରାଜ୍ୟର ସ୍ୱାର୍ଥ ସାଧନ ପାଇଁ ରାଜ୍ୟ ସରକାର ଧ୍ୟାନ ଦେଉନାହାନ୍ତି ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୧୪/୧୨) : ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଅସନ୍ତୋଷ ଜାହିର କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ର ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ ରାଜ୍ୟର ସ୍ୱାର୍ଥ ସାଧନ ପାଇଁ ଥିଲେ ମଧ୍ୟ ରାଜ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ବିଶେଷ ଭାବରେ ରାଜ୍ୟର ଯୁବପୀଢିଙ୍କ ପାଇଁ ଚାକିରୀ ଓ ରୋଜଗାର ସମ୍ଭାବନା ଆଣିଛି ତୈଳ କମ୍ପାନୀ ଗୁଡ଼ିକ । ମାତ୍ର ଏ ଦିଗରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନ ନେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇସ୍ପାତର ପେଣ୍ଠସ୍ଥଳୀ ଭାବେ ପୂର୍ବରୁ ଓଡ଼ିଶାର ଅନେକ କ୍ଷାତି ଥିଲା । କିନ୍ତୁ ଏବେ ତାହା  ଧିରେ ଧିରେ ନିଜର କ୍ଷାତି ହରାଇବାରେ ଲାଗିଛି । ତେବେ ବିଭିନ୍ନ ତୈଳ କମ୍ପାନି ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶା ସାରା ଦେଶରେ ଗ୍ୟାସ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ପରିତିତ ହେବା ବୋଲି ଶ୍ରୀ ପ୍ରଧାନ ଚିଠିରେ କହିଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ପାରାଦୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ପଥ ଭାବେ ବିକଶିତ ହେଉଛି । ୨୦୧୩-୧୪ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦରରେ ପେଟ୍ରୋଲିୟମ ପଦାର୍ଥର ପରିବହନର ମାତ୍ରା ୧୭.୭୦ ଏମ୍‌ଏମ୍‌ଟି ଥିବା ବେଳେ ୨୦୧୭-୧୮ ସୁଦ୍ଧା ପାଖାପାଖି ଦୁଇଗୁଣିତ ହୋଇ ୩୩.୭୮ ଏମ୍‌ଏମ୍‌ଟିରେ ପହଁଚିଛି ।

ଏହା ସହ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଓଡିଶାରେ ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ବିଦେଶରେ ରୋଡ ସୋ’ କରିଛନ୍ତି । କିନ୍ତୁ ଇଣ୍ଡିଆନ୍ ଅଏଲ ସହଯୋଗରେ ଆସୁଥିବା ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କୁ ରାଜ୍ୟ ସରକାର ସହଯୋଗ କରୁନଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ତାଙ୍କ ଅନୁରୋଧ କ୍ରମେ ତାଇୱାନ ସରକାରଙ୍କର ପେଟ୍ରୋଲିୟମ ଫାର୍ମ ସିପିସି କର୍ପୋରେସନ ୪୩ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଜମି, ଜଳ, ବିଜୁଳି ଓ ପରିବହନ ଆବଶ୍ୟକତାକୁ ପୂରଣ କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଉନାହାନ୍ତି।

ଏହି ତାଇୱାନ ସରକାରଙ୍କ କମ୍ପାନୀ ସହ ଇଣ୍ଡିଆନ୍ ଅଏଲର ମୋଟ ୮୩ ହଜାର କୋଟି ଟଙ୍କା ପୁଂଜିନିବେଶ ହେଲେ ଓଡିଶାର ଅର୍ଥନୀତିକୁ ସୁଦୃଢ କରିବା ସହ ଯୁବପୀଢି ମାନଙ୍କ ପାଇଁ ସହାୟକ ହେବ । ରାଜ୍ୟ ସରକାର ଉପଯୁକ୍ତ ସାହାଯ୍ୟ ଓ ସହଯୋଗ ଦେବା ସହିତ ସମ୍ପୃକ୍ତ ବିଭାଗ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ରରେ ଅନୁରୋଧ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button