April 26, 2024

ଓଡିଆଙ୍କ ଉପରେ ଦାଉ ସାଧୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୦୬/୦୩) : ଗତକାଲି ମନ୍ତ୍ରୀ ପରିଷଦ ବୈଠକରେ ରାଜ୍ୟବାସୀଙ୍କୁ ପାଞ୍ଚ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା କହିବା ମୁଖ୍ୟମନ୍ତ୍ରୀଙ୍କ କେବଳ ପ୍ରଚାର ସର୍ବସ୍ୱ ଘୋଷଣା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ରେ ବିଜେଡି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ ନହେବା ନେଇ ତଥ୍ୟ ରଖିଛନ୍ତି ଶ୍ରୀ ପ୍ରଧାନ । ସଭିଙ୍କ ପାଇଁ ପକ୍କା ଘର, ଯୁବପୀଢିଙ୍କ ପାଇଁ ନିଯୁକ୍ତି, ସର୍ବଜନୀନ ସାମାଜିକ ସୁରକ୍ଷା, ଜଳ ସେଚନ, କୃଷି ଓ କୃଷକ କଲ୍ୟାଣ ଏବଂ ପାନୀୟ ଜଳ କ୍ଷେତ୍ରରେ ରାଜ୍ୟ ସରକାର ଗତ ୫ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ବିଫଳ ହୋଇଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଥ୍ରୀଟି ଯଥା ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଓ ଟିମୱାର୍କରେ ବିଶ୍ୱାସ କରୁଥିବା ବେଳେ କାଳିଆ ଯୋଜନାର ଲାଭାର୍ଥୀଙ୍କ ସୂଚି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସଭିଙ୍କ ପାଇଁ ପକ୍କା ଘର ଦେବା କଥା କହିବା ମୁଖ୍ୟମନ୍ତ୍ରୀଙ୍କ ବଡ ମିଛ ପ୍ରତିଶ୍ରୁତି । ଗତ ୫ ବର୍ଷରେ ୨୦ ଲକ୍ଷ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ୨୦ ଲକ୍ଷ ଘରରୁ କେତେ ଘର ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରୁ ହୋଇଛି ଏହା ଜଣାଇବାକୁ ରାଜ୍ୟ ସରକାର ଅମଙ୍ଗ ହେଉଛନ୍ତି । ୨୦୧୪ ଇସ୍ତହାରରେ ବିଜେଡି ସମସ୍ତଙ୍କୁ ପକ୍କା ଘର ପ୍ରତିଶ୍ରୁତିରେ ଯାହାର ଘରଡିହ ନାହିଁ ତାକୁ ସରକାରୀ ଜମି ଏପରିକି ସରକାରୀ ଜମି ନଥିଲେ ବେସରକାରୀ ଜାଗା କିଣି ଆବାସ ସୁରକ୍ଷା ଯୋଗାଇଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି । ରାଜ୍ୟରେ ୩୦ ଲକ୍ଷ ଲୋକ ବିନା ପକ୍କା ଘରରେ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଜ୍ୟ ସରକାର ୫ ବର୍ଷରେ ୨୦ ଲକ୍ଷ ପକ୍କା ଘର ଗରିବଙ୍କୁ ଦେଇଥିବା କହୁଥିବା ବେଳେ ୧୭ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାରେ ନିର୍ମିତ ହୋଇଛି ଯାହା ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ଯୋଜନା । ମୁଖ୍ୟମନ୍ତ୍ରୀ ପରଘର ତିଅଣରେ ଅତିଥି ସକ୍ରାର କରୁଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୃଥିବୀର ସବୁଠୁ ବଡ ଯୋଜନା ଜାଗା ବୋଲି କହିଲେ କିନ୍ତୁ ଆଜି ଓଡିଶାରେ ୨୦ ଲକ୍ଷ ଲୋକଙ୍କୁ ସ୍ଥାୟୀପଟ୍ଟା ମିଳିନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଘରର ପାଖାପାଖି ଅଂଚଳରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଜାଗା ନଦେଇ ମିଛ କହୁଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ତାହା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟର ଯୁବପୀଢିର ଏକତୃତୀୟାଂଶ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ଶିଳ୍ପାୟନ ଓ ମେକ୍ ଇନ୍ ଓଡିଶାର ଡିଣ୍ଡିମ ପିଟାଯାଉଥିବା ବେଳେ ଶିଳ୍ପାୟନ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛି ।

ରାଜ୍ୟ ସରକାର ସମସ୍ତଙ୍କୁ ସାମାଜିକ ସୁରକ୍ଷା ଅଧିକାର ଦେବା କହିଲେ କିନ୍ତୁ ଏକ ଲକ୍ଷ ଆଧାରିତ ପେନସନ୍ ବ୍ୟବସ୍ଥା ପରିବର୍ତେ ଏହାର ସାର୍ବଜନୀନକରଣ ଦ୍ୱାରା ଏହା କାର୍ଯ୍ୟକାରୀ କରାଯିବାର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ତିରିଶ ବର୍ଷ ବୟସରୁ ଅଧିକ ଅବିବାହିତା, ସ୍ୱାମୀ ପରିତ୍ୟକ୍ତା, ନିରାଶ୍ରୟ ମହିଳାମାନଙ୍କୁ ପେନସନ ଦିଆଯିବାର ବ୍ୟବସ୍ଥା କୂଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ କାଳିଆ ଯୋଜନା ନର୍ବାଚନରେ ଭ୍ରମ କରିବା ପାଇଁ ଧୂଆଁବାଣ ବୋଲି କହିଛନ୍ତି । ଓଡିଶାରେ ଲକ୍ଷ କୋଟି ଟଙ୍କା ଋଣଭାର ହେଲାଣି । ମୁଖ୍ୟମନ୍ତ୍ରୀ ବନ୍ଦ କଠୋରୀରେ ମିଛ ପ୍ରଚାର କରୁଛନ୍ତି । କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରି ପ୍ରତିଶ୍ରୁତିକୁ ପାଳନ କରିଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । ଓଡିଆ ଲୋକଙ୍କ ଉପରେ ଦାଉ ସାଜୁଛନ୍ତି । ମୁଖ୍ୟମନ୍ତ୍ରୀ ଦାନ୍ତ ଲଗାଇ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ବିରୋଧ କରୁଛନ୍ତି । ସାଢେ ୪ କୋଟି ଓଡିଆଙ୍କୁ ପରିବାର ବୋଲି ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରୁଥିବାବେଳେ କୁନ୍ଦୁଲି, ବେବିନା, ଶହୀଦ ନଗର ଥାନାର ପୋଲିସ କର୍ମଚାରୀ ପରିବାରର ସଦସ୍ୟ ନୁହେ କି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହସହ ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କୁ ନଠକିବାକୁ କହିବା ସହ ବିତର୍କ କରିବାକୁ ଆହ୍ୱାନ କରିଛନ୍ତି ।

ସେପଟେ ଏନେଇ ଜବାବ ରଖିଛି ବିଜେଡି । ଧର୍ମେନ୍ଦ୍ର ଅଭ୍ୟାସଗତ ମିଛୁଆ । ଯାହା ପ୍ରତିଶ୍ରୁତି ଦେଇଥିଲେ ପାଳନ କରିନାହାନ୍ତି । ଉଜ୍ୱଳା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି କୁଆଡେ କଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.