May 19, 2024

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଫିକ୍ସଡ୍‌ ଟର୍ମ ଡିପୋଜିଟ୍‌ ଉପରେ ବଢ଼ାଇଛି ସୁଧ ହାର

1 min read

ଆଓରି-ନୂଆଦିଲ୍ଲୀ(୩୦/୭) :  ଫିକ୍ସଡ୍‌ ଟର୍ମ ଡିପୋଜିଟ୍‌ (ସ୍ଥାୟୀ ମିଆଦି ଜମା) ଉପରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ୧୦ ବେସିସ୍‌ ପଏଣ୍ଟ୍‌ ଯାଏଁ ସୁଧ ହାର ବଢ଼ାଇଛି। ନୂତନ ସୁଧହାର ଜୁଲାଇ ୩୦ ତାରିଖରୁ ଚାଲୁ ହେବ ଏବଂ ଏହା ୧ କୋଟି ଟଙ୍କାରୁ କମ୍‌ ରିଟେଲ୍‌ ଡିପୋଜିଟ୍‌ ପାଇଁ ଲାଗୁ କରାଯିବ। ସଂଶୋଧିତ ସୁଧ ହାର ଢାଞ୍ଚାରେ ୧ ବର୍ଷରୁ ୨ ବର୍ଷ ଯାଏଁ ଜମା ଉପରେ ୬. ୬୫% ପରିବର୍ତ୍ତେ ୬. ୭% ସୁଧ ମିଳିବ। ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ସୁଧ ହାର ହେଉଛି ୭. ୨%। ପୂର୍ବରୁ ଏହା ଥିଲା ୭. ୧୫%। ୨ ରୁ ୩ ବର୍ଷ ବିନିଯୋଗ ନିମନ୍ତେ ସଂଶୋଧିତ ସୁଧ ହାର ୭. ୧୫% ପରିବର୍ତ୍ତେ ୭. ୩% କରାଯାଇଛି। ପ୍ରସ୍ତାବିତ ସୁଧ ହାର ନୂତନ ଜମା ଏବଂ ପରିପକ୍ୱ ପରେ ନବୀକରଣ ହେଉଥିବା ଜମାରାଶି ଉପରେ ଲାଗୁ ହେବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ତରଫରୁ ପ୍ରକାଶିତ ବିବୃତିରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.