ଜିଲ୍ଲା

କେନ୍ଦ୍ରାପଡାରେ ଅନହାର ମୃତ୍ୟୁ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତର ବାବାଜି ମଲ୍ଲିକ ଅନାହାରରେ ଆଉଟୁପାଉଟୁ ହୋଇ ଶେଷରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | ଦିନେ କି ଦି’ଦିନ ନୁହେଁ ଦୀର୍ଘ ୮ ଦିନ ହେଲା ଛଟପଟ ହେଉଥିବା ବେଳେ ଗତ ଶନିବାର ଗାଁ ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ। ମାତ୍ର ଗତକାଲି ତାଙ୍କର ମୃତ୍ୟୁ ଘଟିଛି।
ଭୋକରେ କାହାକୁ ମରିବାକୁ ଦିଆଯିବନି ବୋଲି ସରକାର ନାରା ଦେଉଥିବା ବେଳେ, ଏହି ଘଟଣା ପରେ ପୁଣି ଥରେ ସରକାରଙ୍କ ପାରିବାପଣିଆ ପଦାରେ ପଡ଼ିଛି। ନିଜ ଦୋଷ ଘୋଡ଼ାଇବାକୁ ଯାଇ ପଞ୍ଚାୟତ ପକ୍ଷରୁ ସରପଞ୍ଚଙ୍କ ପ୍ରତିନିଧି ମୃତ ବାବାଜିଙ୍କ ପରିବାରକୁ ୫୦ କିଗ୍ରା ଚାଉଳ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦେଇ ଚୁପ୍‌ ହୋଇଯାଇଛି। ଘଟିଥିବା ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି।

କୋଇଲିପୁର ପଞ୍ଚାୟତ ଅଧୀନ ଗାଁକାଳୁପଡ଼ା ଗ୍ରାମର ବାବାଜୀଙ୍କୁ ଜଣ୍ଡିସ୍‌ ହୋଇଥିଲା। ବିଛଣାରେ ପଡ଼ି ରହିଥିଲେ ସେ । ଆର୍ଥକ ଅନଟନରୁ ଚିକିତ୍ସା ପାଇଁ ଯାଇପାରି ନ ଥିଲେ। ପତ୍ନୀ ଗାଁ ଦାଣ୍ଡରେ ଗଡ଼ି କାନ୍ଦିବାର ଦୃଶ୍ୟ ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି କରିଛି। ବାପାଙ୍କ ମୃତ୍ୟୁ ପରେ ୧୪ ବର୍ଷର ଝିଅ, ୫ ବର୍ଷର ଦିବ୍ୟାଙ୍ଗ ପୁଅ ଓ ଦେଢମାସର ଶିଶୁ ପୁତ୍ର ଏକପ୍ରକାର ମୂକ ପାଲଟି ଯାଇଛନ୍ତି। ପତ୍ନୀଙ୍କ କହିବାନୁଯାୟୀ, ହେଲା, ସେ ରାସନକାର୍ଡ ପାଇଁ ଆବେଦନ କରିଥିଲେ। ତାଙ୍କୁ ଆଜିଯାଏଁ ତାହା ମିଳି ପାରିନାହିଁ। ସରପଞ୍ଚଙ୍କ ପ୍ରତିନିଧିଙ୍କ କହିବା କଥା ହେଲା, ୫ ମାସ ତଳେ ପଞ୍ଚାୟତର ୪୧ଜଣଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବା ପାଇଁ ଏକ ତାଲିକା ବ୍ଲକ ପ୍ରଶାସନକୁ ଦିଆଯାଇଛି। ସେଥିରେ ବାବାଜିଙ୍କ ନାଁ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button