ରାଜ୍ୟ

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଯାଞ୍ଚ ଶେଷ,ବାହାର ଭଣ୍ଡାର ଘର ଛାତରେ ଫାଟ

ଆଜିର ଓଡିଶା(ତା୪|୪)– ଶ୍ରୀମନ୍ଦିର ଭଣ୍ଡାର ଘରର ସ୍ଥିତି ଯାଞ୍ଚ ସରିଛି । ବୁଧବାର ଅପରାହ୍ନ  ୨ଟା୨୫ରୁ ୨॰୩୦ ମଧ୍ୟରେ ପ୍ରାଧିକୃତ ସଦସ୍ୟମାନେ ବାହାର ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ବେହରଣ ଦ୍ୱାର ଦଇ ଏହି ସଦସ୍ୟମାନେ ଜଗମୋହନରେ ପ୍ରବେଶ କରିଥିଲେ । ଗାମୁଛା ପିନ୍ଧି ଏମାନେ ଜଗମୋହନରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଏମାନଙ୍କର ଯାଞ୍ଚ କରାଯାଇଥିଲା ।  ଗଜପତି ମହାରାଜାଙ୍କ ପ୍ରତିନିଧି , ଶ୍ରୀମନ୍ଦିର ପ୍ରଶାସନ ଓ ଜିଲାପାଳଙ୍କ ନିକଟରେ ଥିବା ଚାବିରେ ବାହାର ଭଣ୍ଡାର ଘର ଖୋଲା ଯାଇଥିଲା । ଏହାପରେ ବାହାର ଭଣ୍ଡାର ଘରେ ଅଳନ୍ଧୁ ଓ ଧୂଳି ଲାଗିଥିଲା । ଏହି ସଦସ୍ୟମାନେ  ଅଳନ୍ଧୁ ଝାଡିବା ପରେ ବାହାର ଭଣ୍ଡାର ଘରର ସ୍ଥିତି ଯାଞ୍ଚ କରିଥିଲେ । ଭଣ୍ଡାର ଘରର ଛାତରେ ଫାଟ ଥିବା ସହ ଏହାର କାନ୍ଥରେ  ପାଣି ଜକଉ ଥିବା ବା ଓଦା ଥିବା ସୂଚନା ମିଳିଛି । ଏହାପରେ ବାହାର ଭଣ୍ଡାର ଘରରୁ ଏକ ଜାଲି ବାଟେ ସର୍ଚ ଲାଇଟ ପକାଇ ଭିତର ଭଣ୍ଡାରର ଘରର ସ୍ଥିତି ଯାଞ୍ଚ କରିଥିବା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button