ପିସିସି ସମନ୍ଵୟ ବୈଠକରେ ଶ୍ରୀକାନ୍ତ ହଟହଟା
1 min read
ଭୁବନେଶ୍ୱର:
ପିସିସି ସମନ୍ଵୟ ବୈଠକରେ ଶ୍ରୀକାନ୍ତ ଜେନାଙ୍କୁ ହଟହଟା ହେବାକୁ ପଡ଼ିଛି। ବୈଠକରେ ଶ୍ରୀକାନ୍ତଙ୍କୁ କହିବାର ସୁଯୋଗ ଦିଆଯାଇଥିଲା। ତେବେ ସେହି ଥରକର ସୁଯୋଗରେ ସେ ତାଙ୍କର କଥା ଶେଷ କରିପାରିଲେ ନାହିଁ। ବିନା ଅନୁମତିରେ ଦ୍ୱିତୀୟବାର କିଛି କହିବାକୁ ଛିଡ଼ା ହୋଇପଡ଼ିଲେ। ତେବେ ବୈଠକରେ ସଭାପତିତ୍ୱ କରୁଥିବା ପ୍ରଭାରୀ ବି.କେ.ହରିପ୍ରସାଦ ତାଙ୍କୁ ଆଉ କହିବାର ସୁଯୋଗ ଦେଲେ ନାହିଁ। ଏଥିରେ ଶ୍ରୀକାନ୍ତ ଭୀଷଣ ଅପଦସ୍ଥ ହୋଇ ବସିପଡ଼ିଥିଲେ।
ସେପଟେ ବୈଠକ ଚାଲିଥିବା ବେଳେ କଂଗ୍ରେସ ଭବନ ବାହାରେ ଦୁଇଟି ମଟରସାଇକେଲରେ ୪ ଜଣ ଯୁବକ ଅଚାନକ ଆସି ଶ୍ରୀକାନ୍ତ ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଦେଖାଯାଇଥିଲା। କଂଗ୍ରେସ ପାଇଁ ଶ୍ରୀକାନ୍ତ କଳଙ୍କ ବୋଲି ସେମାନେ ଚିଲାଇଥିଲେ। ଅଶ୍ରାବ୍ୟ ଭାଷାରେ ଯୁବକମାନେ ଗାଳିଗୁଲଜ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଚମ୍ପଟ୍ ମାରିଥିଲେ।