ସୌରଭ ବର୍ମା ରୁଷିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ବିଜେତା
1 min read
ଆଓରି-ନୂଆଦିଲ୍ଲୀ(୩୦/୭) : ଭାରତର ପୂର୍ବତନ ଜାତୀୟ ବିଜେତା ସୌରଭ ବର୍ମା ରୁଷିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଜିତି ନେଇଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍ରେ ସେ ୧୮-୨୧, ୨୧-୧୨, ୨୧-୧୭ରେ ଜାପାନର କୋକି ଓ୍ଵାତାନବେଙ୍କୁ ହରାଇ ବିଜେତା ଟ୍ରଫି କରାୟତ କରିଥିଲେ। ୨୫ ବର୍ଷ ବୟସ୍କ ସୌରଭ ଏହି ମ୍ୟାଚ୍ ଜିତିବା ପାଇଁ ମାତ୍ର ଏକ ଘଣ୍ଟା ସମୟ ନେଇଥିଲେ। ସୌରଭ ୨୦୧୬ରେ ଚାଇନିଜ୍ ତାଇପେ ମାଷ୍ଟର୍ସ ଟ୍ରଫି ଜିତିଥିଲା ବେଳେ ବିଟ୍ବର୍ଗର ଓପନ୍ରେ ଉପବିଜେତା ରହିଥିଲେ। ସୌରଭଙ୍କ ବ୍ୟତୀତ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି କୁହୁ ଗର୍ଗ ଓ ରୋହନ କାପୁର ଏଠାରେ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ଏହି ଦ୍ୱିତୀୟ ମାନ୍ୟତା ଯୋଡ଼ି ଫାଇନାଲ୍ରେ ରୁଷିଆ-କୋରିଆ ଯୋଡ଼ି ଭ୍ଲାଦିମିର୍ ଇଭାନୋଭ୍ ଓ ମିନ୍ କ୍ୟୁଙ୍ଗ୍ କିମ୍ଙ୍କଠୁ ୧୯-୨୧ ଓ ୧୭-୨୧ରେ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ।