![](http://www.aajiraodisha.org/wp-content/uploads/2018/05/soro.png)
ଆ.ଓ.ରି(ତା୨୮|୫)-ବାଲେଶ୍ୱର ଜିଲ୍ଲା ସୋର ଓ ବାହାନଗା ବ୍ଲକ୍ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋରକୁ ସବ୍ ଡ଼ିଭିଜନ ମାନ୍ୟତା ଦାବିରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ଫଳରେ ସୋର ଓ ବାହାନଗାରେ ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ସୋରରେ ବିଦ୍ୟୁତ ବିଭାଗ ଡିଭିଜନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ, କେନାଲ ବିଭାଗ ଡିଭିଜନ, ସବ୍ ଜେଲ୍ ଆଦି ଥିବା ବେଳେ କାହିଁକି ସବ୍ ଡିଭିଜନର ମାନ୍ୟତା ମିଳିଲାନି ବୋଲି ବିଜେପି ପ୍ରଶ୍ନ ଉଠାଇଛି।