ଅପରାଧ

ରୋଗଗ୍ରସ୍ତ ମା’କୁ ମାରି ପୋତି ଦେଲା ପୁଅ

ଆ.ଓ.ରି(ତା୩୧|୫)-ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁରେ ଅଭାବନୀୟ ଘଟଣା। ରୋଗଗ୍ରସ୍ତ ମା’କୁ ଚିକିତ୍ସା ନକରି କୁରାଢିରେ ହାଣି ହତ୍ୟା କରିଛି ପୁଅ। ମୃତକ ଜଣକ ହେଲେ ଝାମ୍ପି ଦାସ। ମିଳିଥିବା ସୂଚନା ଅନୁସାରେ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଝାମ୍ପି। ତାଙ୍କର ଦେହ ଦିନକୁ ଦିନ ବେଶି ଖରାପ ହେବରେ ଲାଗିଥିଲା। ସେ ଚଲାବୁଲା କରିପାରୁନଥିଲେ।

ଏପରି ଅବସ୍ଥାରେ ମା’ର ଚିକିତ୍ସା ନକରି ପୁଅ ତାଙ୍କୁ ମାରିବା ପରେ ଗାଁ ମଶାଣୀରେ ପୋତିଦେଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଭିଯୁକ୍ତ ପୁଅ ବିକ୍ରମ ଦାଶକୁ ପୋଲିସ୍‌ ଗିରଫ କରିବା ସହ ଶବ ଉଦ୍ଧାର କରିଛି। ଏ ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରମ୍ଭା ଥାନା ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button