ମନୋରଞ୍ଜନ

କିଛି ଅଜଣା କଥା

ଆ.ଓ.ରି(ତା୨୬|୫)-

ଜିନ୍‌ସରେ ବଡ଼ ପକେଟ ଭିତରେ ଛୋଟ ପକେଟ କାହିଁକି ଥାଏ ?

ଜିନ୍‌ସରେ ଥିବା ଛୋଟ ପକେଟ କଥା ଆପଣ ନିଶ୍ଚୟ ଜାଣିଥିବେ। ତେବେ ଏହି ଛୋଟ ପକେଟ କାହିଁକି ଦିଆଯାଇଥାଏ ଆପଣ ଜାଣନ୍ତି କି ? ଅନେକ ଲୋକ ଭାବନ୍ତି ଆଜିକାଲିର ଫ୍ୟାସନ ପାଇଁ ଏପରି କରାଯାଉଛି। ପ୍ରଥମ ଥର ପାଇଁ ୧୮୭୩ ମସିହାରେ ଲିଭାଇସ୍‌ ଜିନ୍‌ସରେ ଏପରି ଛୋଟ ପକେଟ ଦିଆଯାଇଥିଲା। ଆଉ ସେତେବେଳ ଘଡ଼ି ବଜାରକୁ ଆସିଥିଲା। ପକେଟ ଘଡ଼ିକୁ ରଖିବା ପାଇଁ ଛୋଟ ପକେଟ ଡିଜାଇନ୍‌ ହୋଇଥିଲା ବୋଲି କୁହାଯାଏ। କିଛି ଲୋକ ଏହି ଜିନ୍‌ସରେ ଖୁଚୁରା ଟଙ୍କା ରଖନ୍ତି। ଯଦ୍ୱାରା ଖେଳିବା ସମୟରେ ଟଙ୍କା ପଡ଼ିବ ନାହିଁ। ଏହା ବ୍ୟତୀତ ଆଉ ଅନେକ ଅଜଣା କଥା ଅଛି, ଯାହା ଆପଣ ନିଶ୍ଚୟ ଜାଣିବା ପାଇଁ ଚାହିଁବେ।

ପେନ୍‌ କ୍ୟାପରେ କାହିଁକି ଥାଏ କଣା ?

ଆପଣ ଦେଖିଥିବେ ପେନ କ୍ୟାପ ଉପରେ ଗୋଟିଏ କଣା ଥାଏ। କିଛି ଲୋକ ଭାବନ୍ତି ପେନର ସାହି ନଶୁଖିବା ପାଇଁ ଏପରି କରିଯାଇଥାଏ। ତେବେ ପେନ କ୍ୟାପକୁ କେହି ଭୁଲରେ ଗିଳିଦେଲେ ଗଳାରେ ଫସିଯିବ ହେଲେ ଅସୁବିଧା ହେବ ବୋଲି ଏପରି କରାଯାଇଥିଲା। ପେନ କଣା ଯୋଗୁଁ ଗଳାରେ ଫସିଲେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅସୁବିଧା ହେବ ନାହିଁ ।

ଜିନ୍‌ସ ଚେନରେ କାହିଁକି ଲେଖା ହୋଇଥାଏ ‘ୱାଇକେକେ’?

କେବେ ଆପଣ ନିଜ ଜିନ୍‌ସ କିମ୍ବା ପ୍ୟାଣ୍ଟର ଚେନକୁ ଧ୍ୟାନ ଦେଇ ଦେଖିଛନ୍ତି। ନିଶ୍ଚୟ ଭାବରେ ଦେଖି ନଥିବେ। କେବଳ ଆପଣ ନୁହଁନ୍ତି ସାଧାରଣତଃ କେହି ବି ଦେଖିନଥାନ୍ତି। ଗ୍ରାହକ ଜିନ୍‌ସ କିଣିବା ବେଳେ ଚେନଟି ଠିକ୍‌ ଭାବରେ ଖୋଲୁଛି ଏବଂ ବନ୍ଦ ହେଉଛି ନା ନାହିଁ ତାହା ଚେକ୍‌ କରିଥାନ୍ତି । ତେବେ ଯଦି ଆପଣ କେବେ ଧ୍ୟାନ ଦେଇନାହାଁନ୍ତି ତାହେଲେ ଏବେ ଦେଖନ୍ତୁ । ଏହି ଚେନ୍‌ ଉପରେ ଲେଖା ହୋଇଥିବ ‘ୱାଇକେକେ’। ଆପଣ କୌଣସି ବି ବ୍ରାଣ୍ଡର ଜିନ୍‌ସ କିଣନ୍ତୁ ନା କାହିଁକି ପ୍ରାୟ ପ୍ୟାଣ୍ଟରେ ‘ୱାଇକେକେ’ ଲେଖା ହୋଇଥାଏ। କିନ୍ତୁ କାହିଁକି ପ୍ରାୟ ଚେନରେ ‘ୱାଇକେକେ’ ଲେଖା ହୋଇଥାଏ ।

‘ୱାଇକେକେ’ର ପୁରା ନା ହେଉଛି ‘ୟୋସିଦା କୋଗ୍ୟୋ କାବୁଶିକିଗୈସା’ ଯାହାର ଅର୍ଥ ହେଉଛି ‘ୟୋସିଦା ମାନ୍ୟୁଫାକ୍‌ଚରିଂ ସେୟାରହୋଲଡିଂ କମ୍ପାନୀ’। ଏହା ଏକ ଜାପାନୀ କମ୍ପାନୀ । ଏହାକୁ ନଦାଓ ୟୋସିଦା ୧୯୩୪ରେ ଟୋକିଓରେ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀ ମୁଖ୍ୟତଃ ଚେନ୍‌ ତିଆରି କରୁଥିଲା। କିନ୍ତୁ ଏବେ ଅନ୍ୟାନ୍ୟ ଦ୍ରବ୍ୟ ତିଆରି କରୁଛି ଯେଉଁଥିରେ ଚେନ୍‌ ତିଆରି କରିବା ମେସିନ୍‌ ମଧ୍ୟ ସାମିଲ୍‌ ଅଛି ।

ଆଜି ପ୍ରାୟ ୭୧ଟି ଦେଶରେ ଏହି କମ୍ପାନୀର ନିଜର ଶାଖା ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କମ୍ପାନୀ ପ୍ରତି ବର୍ଷ ପ୍ରାୟ ୭ ବିଲିୟନ୍‌ (୭୦୦ କୋଟି) ଚେନ୍‌ ତିଆରି କରିଥାଏ। ଏହା ସହ ଏହି କମ୍ପାନୀ ବଜାରରେ ନିଜ ବ୍ରାଣ୍ଡ ଏବଂ ଭେରାଇଟି ପାଇଁ ପ୍ରସିଦ୍ଧ।

ସାର୍ଟର କଲରରେ କାହିଁକି ଲାଗେ ଦୁଇଟି ବଟନ ?

ସାର୍ଟର ଦୁଇଟି ବଟନ ଲାଗିବାର ଟ୍ରେଣ୍ଡର ଆରମ୍ଭ ପୋଲୋ ଖେଳାଳିଙ୍କ ଦ୍ୱାରା ହୋଇଥିଲା । ସେମାନେ ଚାହୁଁଥିଲେ ଘୋଡାସବାରୀ କରିବା ସମୟରେ ତାଙ୍କର କଲର ମୁହଁରୁ ଦୂରରେ ରହୁ। ଏଥିପାଇଁ ସେମାନେ ଏପରି ସାର୍ଟ ପିନ୍ଧିବା ଆରମ୍ଭ କରି ଦେଇଥିଲେ। ଆସ୍ତେ ଆସ୍ତେ ଏହି ଟ୍ରେଣ୍ଡକୁ ଲୋକେ ବହୁତ ପସନ୍ଦ କଲେ ଏବଂ ଏହାର ପ୍ରଚଳନ ବହୁଳ ଭାବରେ ହେଲା।

ସାର୍ଟର ପଛରେ କାହିଁକି ଦିଆଯାଏ ଲୁପ ?

ଆଗରୁ ଲୋକାମାନଙ୍କ ପାଖରେ ହ୍ୟାଙ୍ଗର, ଆଲମାରୀ ଓ ୱାଡରୋବ ପରି କୌଣସି ଜିନିଷ ନଥିଲା। ସାର୍ଟରେ ଲାଗିଥିବା ଏହି ଛୋଟ ଲୁପ ସାର୍ଟକୁ ଟାଙ୍ଗିବାରେ ସାହାଯ୍ୟ କରେ। ଏହାସହ କପଡା ଲୁଚାକୋଚା ହେବାର ସମ୍ଭାବନା ମଧ୍ୟ କମ ଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାର୍ଟରେ ଲାଗିଥିବା ଲୁପର ଆରମ୍ଭ ନାବିକମାନେ କରିଥିଲେ। ଯାହାଦ୍ୱାରା ସେମାନେ କପଡା ବଦଳାଇବା ସମୟରେ ଜାହାଜରେ ଥିବା ହୁକରେ ସାର୍ଟକୁ ସହଜରେ ଟାଙ୍ଗିପାରିବେ।ଯ ଏହା ଧୀରେ ଧୀରେ ଫ୍ୟାସନରେ ପରିଣତ ହୋଇଗଲା।

Related Articles

Leave a Reply

Your email address will not be published. Required fields are marked *

Back to top button