March 16, 2023

ଅଂଶୁଘାତରୁ ରକ୍ଷାପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

1 min read

ଖରାଦିନେ ଝାଳ ଅଧିକ ପରିମାଣରେ ବାହାରୁଥିବାରୁ ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇଥାଏ। ଏଣୁ ବିଶେଷକରି ବୟସ୍କ ଲୋକେ ଓ ଗର୍ଭବତୀ ମହିଳା ଏ ଦିଗ ପ୍ରତି ସଚେତନ ରହିବା ଉଚିତ।

ଦିନ ୧୦ ଟାରୁ ଦ୍ଵିପହର ୪ଟା ପର୍ୟ୍ୟନ୍ତ ଘରୁ ବାହାରିବା ପୂର୍ବରୁ ସଜାଗ ରହିବା ଆବଶ୍ୟକ। ଘରେ ଆବଶ୍ୟକ ମାତ୍ରାରେ ପାଣି ପିଇବା ସହ ସାଥୀରେ ପାଣିବୋତଲ ନେବା ଜରୁରୀ।

ଅଧିକାଂଶ ଲୋକେ ଶୋଷ ଲାଗୁଥିଲେ ମଧ୍ୟ କିଛି ସମୟ ପରେ ପାଣି ପିଇବାକୁ ଚିନ୍ତା କରି ଏଡ଼ାଇ ଦିଅନ୍ତି। ଏହି କାରଣରୁ ହିଁ ଅଂଶୁଘାତରେ ପ୍ରାଣ ହରାନ୍ତି ଲୋକେ। ଏଣୁ ଶୋଷ ଲାଗିବା ମାତ୍ରେ ହିଁ ପାଣି କିମ୍ବା ସରବତ୍ ପିଇବା ଜରୁରୀ।

ଘରୁ ବାହାରିବା ପୂର୍ବରୁ ମୁଣ୍ଡକୁ ଘୋଡ଼ାଇବା ପ୍ରଥମ କାମ । ଟୋପି, କିମ୍ବା ଛତା ଧରି ଯାଆନ୍ତୁ।

ଦିନକୁ ୩-୪ଥର ଲେମ୍ବୁ ପାଣି, ପଇଡ଼ ପାଣି ଇତ୍ୟାଦି ପିଇଲେ ଶରୀରରୁ ଜଳୀୟ ଅଂଶର ପ୍ରଭାବ ପଡ଼େନାହିଁ।

ସନ୍-ଟ୍ୟାନ୍ ହେଲେ ବେସନ, କଞ୍ଚା ଖିର ନଚେତ୍ ଦହିର ପ୍ୟାକ୍ ଲଗାଇବା ଉପକାରୀ।

ଖରାଦିନେ ଅଧିକ ଗରିଷ୍ଠ ଭୋଜନ କରିବା ସ୍ଵାସ୍ଥ୍ୟ ପାଇଁ ହାନିକାରକ। ବିଶେଷ କରି ବୟସ୍କ ବର୍ଗ ଏ ଦିଗରେ ସଚେତନ ନ ହେଲେ ପେଟ ସମସ୍ୟା ଆରମ୍ଭ ହୋଇଥାଏ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.