ରାଜନୀତିରାଜ୍ୟ

ସାଢେ ୪ କୋଟି ଲୋକଙ୍କ ଭାଗ୍ୟକୁ କିଛି ଅଣ ଓଡ଼ିଆ ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୨/୦୩) : ଏଥର ରାଜ୍ୟ ନିର୍ବାଚନ ଏକ ଭିନ୍ନ ରୂପ ନେବାକୁ ଯାଉଛି । ଏକଥା ଆମେ କହୁନୁ ବରଂ ବହୁ ବରିଷ୍ଠ ନେତା ମତ ଦେଉଛନ୍ତି । ଦୀର୍ଘବର୍ଷ ଶାସନରେ ଥିବା ବିଜେଡି ଶକ୍ତି କମ ହେଲା ଭଳି ରାଜ୍ୟବାସୀଙ୍କୁ ମନେ ହେଲାଣି । ଅନ୍ୟପଟେ ବିଜେଡିର ବିଧାୟକ-ମନ୍ତ୍ରୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି । ଏଭଳି ତମାମ ପରିସ୍ଥିତିକୁ ସମୀକ୍ଷା କଲେ ‘ପଦ୍ମ’ର ଶକ୍ତି ବୃଦ୍ଧି ପାଉଥିବା ସ୍ପଷ୍ଟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଆଜି ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ଭୁବନେଶ୍ୱର, ଢେଙ୍କାନାଳ ଜିଲ୍ଲାର ବ୍ୟକ୍ତିବିଶେଷ ତଥା ଯୁବ ନେତା ରିଷଭ ନନ୍ଦ, କିନ୍ନର ସମୁଦାୟର ବରିଷ୍ଠ ନେତ୍ରୀ ମେନକା ପରିଡା, ବିଜେଡି ଏବଂ କଂଗ୍ରେସର ଅନେକ ସଦସ୍ୟ ଦଳରେ ଯୋଗଦେଇଛନ୍ତି ।

ଏମାନଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହାତମୁଠାକୁ ଟାଣ କରିବ । ଏହି ଅବସରରେ ୧୯ ବର୍ଷ ଧରି ରାଜ୍ୟରେ ଶାସନ କରିଆସିଥିବା ବିଜେଡି ସରକାର ଉପରେ ନିର୍ଧୁମ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ନିର୍ବାଚନ ଆୟୋଗଙ୍କ ପାଖରେ ବିଜେପି ପକ୍ଷରୁ ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କ ନାଁରେ ଅଭିଯୋଗ ହୋଇଛି । ଓଡିଶା ପୋଲିସର କିଛି ବରିଷ୍ଠ ଅଧିକାରୀ ଓଡିଶାରେ ଗଣତନ୍ତ୍ରକୁ କଣ୍ଠରୋଧ କରିବାର ଅପଚେଷ୍ଟା କରୁଛନ୍ତି । ଏସଟିଏଫ୍ ଅଫିସକୁ ଡାକି ରାଜନୈତିକ ବ୍ୟକ୍ତିଙ୍କୁ ଧମକ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ପୋଲିସ ବିଭାଗର ମହକୁମା, ଏସ୍ଟିଏଫ ମହକୁମା, ମୁଖ୍ୟମନ୍ତ୍ରୀଙ୍କ ୨-୪ ଜଣ ଅଧିକାରୀଙ୍କ ଘର ଆଜି ସନ୍ଦେହ ଚକ୍ଷୁରେ ଅଛି । ସେ ଜାଗାରେ ବିଶେଷ ଅବଜର୍ଭରମାନଙ୍କୁ ରଖାଯିବା ନେଇ ଶ୍ରୀ ପ୍ରଧାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ପକ୍ଷରୁ ଦାବି କରିଛନ୍ତି । ସାଢେ ୪ କୋଟି ଲୋକଙ୍କ ଭାଗ୍ୟକୁ ୫-୭ ଜଣ ଅଣ ଓଡିଆ ଲୋକମାନେ ହଡପ କରିବାର ଷଡଯନ୍ତ୍ର କରୁଛନ୍ତି । ସେମାନେ ଆଇନକୁ ହାତକୁ ନେବାକୁ ଚେଷ୍ଟା କରନ୍ତୁ ନାହିଁ । ଅତୀତରେ ଗଣତନ୍ତ୍ରରେ ଏଭଳି ଅପରାଧରେ ଅଧିକାରୀଙ୍କୁ ଜେଲ୍ ଯିବାର ନଜିର୍ ଅଛି । ଓଡିଶାରେ ଏଭଳି ହେବାକୁ ବେଶି ଦିନ ନୁହେଁ । ଏହି ଅସାଧୁ ବ୍ୟକ୍ତିମାନେ ଏ କାମରୁ ନିବୃତ ନରହିଲେ ଆଇନର ପରିଧି ଭିତରେ ରହି ବିଜେପି ସବୁ ପ୍ରକାର ଉଦ୍ୟମ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଆଜି ଭୁବନେଶ୍ୱର, ଢେଙ୍କାନାଳ ଜିଲ୍ଲାର ବ୍ୟକ୍ତିବିଶେଷ ତଥା ଯୁବ ନେତା ରିଷଭ ନନ୍ଦ, କିନ୍ନର ସମୁଦାୟର ବରିଷ୍ଠ ନେତ୍ରୀ ମେନକା ପରିଡା, ବିଜେଡି ଏବଂ କଂଗ୍ରେସର ଅନେକ ସଦସ୍ୟ ଦଳରେ ଯୋଗଦେଇଛନ୍ତି । ଏମାନଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହାତମୁଠାକୁ ଟାଣ କରିବ । ସମସ୍ତ ସଦସ୍ୟ ଅକ୍ଳାନ୍ତ ପରିଶ୍ରମ କରି ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନ ଲଗାଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ନିର୍ବାଚନ ଆରମ୍ଭ ହୋଇସାରିଥିବା ବେଳେ ଔପଚାରିକ ଭାବେ ପ୍ରଚାର ଅଭିଯାନ ଆରମ୍ଭ ହୋଇଗଲାଣି । ଆଗାମୀ ନିର୍ବାଚନରେ ଫଳାଫଳ କଣ ହେବ ତାହାର ଅନ୍ତିମ ପର୍ଯ୍ୟାୟରେ ସମସ୍ତେ ଆଜି ଏକାଠୀ ହୋଇଛନ୍ତି । ଚଳିତଥର ଓଡିଶା ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବାର ନିଷ୍ପତି କରିସାରିଛିା ଭୁବନେଶ୍ୱର, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ, ପୁରୀ ତଥା ଓଡିଶାର ସମସ୍ତ ୨୧ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାର ଆବଶ୍ୟକତା ରହିଛି । ମୋଦି ପ୍ରଧାନମନ୍ତ୍ରୀ ହେଲେ ସେ ପାକିସ୍ତାନକୁ ଧୂଳି ଚଟାଇବେ ।

ଭାରତବର୍ଷ ବିଶ୍ୱରେ ମାନମର୍ଯ୍ୟାଦା ବଢାଇଥିବା ବେଳେ ଦେଶରେ ମଜବୁର ନୁହେଁ ମଜବୁତ ସରକାର ବନେଇବାର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟର ସାଧାରଣ ଜନତାଙ୍କୁ ପଦ୍ମ ଫୁଲରେ ଭୋଟ ଦେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିବା ପରେ କହିଛନ୍ତି ନରେନ୍ଦ୍ର ମୋଦି ଦେଶରେ ଅନେକ ବିକାଶ କାମ କରିଛନ୍ତି  । ମାତ୍ର ଓଡିଶାରେ ଅପାରଗ, ସ୍ଥାଣୁ, ସମ୍ବେଦନହୀନ, ରାଧୁଆ ମିଛୁଆ ସରକାର କାରଣରୁ ନରେନ୍ଦ୍ର ମୋଦିଙ୍କ ବିକାଶର କାମ ଓଡିଶାରେ ପହଁଚିପାରୁନାହିଁ । ତେଣୁ ୧୯ ବର୍ଷର ସରକାରକୁ ବଦଳେଇବା ଦରକାର ବୋଲି ସେ କହିଛନ୍ତି ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତକାଲି ଶାସକ ଦଳର ସାଂସଦ, ବିଧାୟକ ଓ ଅନେକ ବରିଷ୍ଠ ନେତାମାନେ ବିଜେପିରେ ଯୋଗଦେଲେ । ଓଡିଶାରେ ବିଜେଡି ଆଜି ଲୋକଙ୍କ ପାଖରେ ନାହିଁ । ବିଜେଡି ଶାସନର ନାଲି ଆଖି ଦେଖାଇ ଲୋକଙ୍କୁ ଡରାଇ ଧମକାଇବାର ବ୍ୟବସ୍ଥା କରୁଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button