ରାଜ୍ୟ

କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା

ଆଓରି(ତା୨୬|୪)-  ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ଜଷ୍ଟିସ୍ ଏମ୍.ଏମ୍ ଦାସ କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ଅନ୍ତରୀଣ ରିପୋର୍ଟ ୧ ଓ ୨ ଅନୁସାରେ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ଟଙ୍କା ମିଳିବ, ଯେଉଁମାନେ ୧୦ ହଜାରରୁ କମ୍ ଟଙ୍କା ଜମା କରିଥିଲେ  ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧୨ଟି ବ୍ଲକରେ ୨୩୦୬ ଜଣ ଜମାକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ନେଇ ଚିହ୍ନଟ ହୋଇଛି। ଜିଲ୍ଲାସ୍ତରରେ ଭେରିଫିକେସନ୍ ଟିମ୍ ଚିହ୍ନଟ କରିଥିବା କ୍ଷୁଦ୍ର ଜମାକାରୀ ନିକଟସ୍ଥ ତହସିଲଦାରଙ୍କ ପାଖରେ ଇଣ୍ଡେମ୍ନିଟ୍ ବଣ୍ଡ୍‌ ଦେବେ ଏବଂ ତାକୁ ତହସିଲଦାର ଜିଲ୍ଲାପାଳମାନଙ୍କ ନିକଟରେ ଦାଖଲ କରିବେ। ଏ ନେଇ ଅର୍ଥ ସଚିବ ଜିଲ୍ଲାପାଳମାନଙ୍କୁ ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ଚିଠି ଲେଖିଛନ୍ତି।

ସେପଟେ  ରାଜ୍ୟ ସରକାର ୨୦୧୩ରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩ ଶହ କୋଟି ଟଙ୍କାର କର୍ପସ ଫଣ୍ଡ୍‌ ଗଠନ କରିଥିଲେ ମଧ୍ୟ ଟଙ୍କା ବାଣ୍ଟି ପାରିନଥିଲେ। ଯାହାକୁ ନେଇ ସରକାରଙ୍କୁ ଜମାକାରୀ ଓ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।  ଆଉ ଏବେ ୫ ବର୍ଷ ପରେ କାହିଁକି ଟଙ୍କା ଫେରସ୍ତ ପାଇଁ ମନେପଡ଼ିଲା।  ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜମାକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପ୍ରକ୍ରିୟା କି?

ଅନ୍ୟପଟେ କେବଳ ରୋଜ୍‌ଭ୍ୟାଲିକୁ ଛାଡ଼ି ଅନ୍ୟ ପ୍ରାୟ ୧୬ଟି ଚିଟ୍‌ଫଣ୍ଡ କମ୍ପାନୀର ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନି। ତେଣୁ ସମସ୍ତ କ୍ଷୁଦ୍ର  ଜମାକାରୀଙ୍କୁ  କେବେ ଟଙ୍କା ମିଳିବ ତାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button