ଅପରାଧ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଟିଟୋର ୬ ସହଯୋଗୀ ଗିରଫ

ଆଓରି-କଟକ(୨/୭) : କେନ୍ଦ୍ରପଡ଼ା ଜିଲ୍ଲାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଟିଟୋ  ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀକୁ କୁ ଏନକାଉନ୍ଟର କରିସାରିବା ପରେ  କ୍ରାଇମ୍‍ବ୍ରାଞ୍ଚ ସ୍ପେଶାଲ୍‍ ଟାସ୍କଫୋର୍ସ(ଏସ୍‍ଟିଏଫ୍‍)ର ଏକ ଟିମ୍‍ ତାର ୬ ଜଣ ସହଯୋଗୀଙ୍କୁ ଗିରଫ କରିଛି | ଟିଟୋକୁ କଟକ ବଡ଼ ମେଡିକାଲ୍‍ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୬ ସହଯୋଗୀଙ୍କୁ ଆସନ୍ତାକାଲି କେନ୍ଦ୍ରାପଡା କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର ଅଣ୍ଡରୱାର୍ଲଡ ସମ୍ପୃକ୍ତ ଥିବା ନେଇ ଏସ୍‍ଟିଏଫ୍‍ ତଦନ୍ତ କରୁଥିବା ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରାଜ୍ୟରେ ସଂଗଠିତ ଅପରାଧକୁ ଖୋଳତାଡ଼ କରୁଥିବା ଏସ୍‍ଟିଏଫ୍‍କୁ ଟିଟୋର ସେଭଳି କିଛି ଅପରାଧ ସହିତ ସମ୍ପୃକ୍ତି ଥିବା ସୂଚନା ମିଳିଛି। ତାକୁ ନେଇ ଏବେ ତଦନ୍ତ କରାଯାଉଛି। ଟିଟୋର କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ଅନେକ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଛି। ଏସବୁ ଦିଗକୁ ନେଇ ଏସ୍‍ଟିଏଫ୍‍ ଖୋଳତାଡ କରୁଥିବା ସେ କହିଛନ୍ତି।

ଏସ୍‍ଟିଏଫ୍‍ ସୂଚନା ଅନୁସାରେ ଟିଟୋ ବିରୋଧରେ ରାଜ୍ୟର ବିଭିନ୍ନ ଜିଲାରେ ଅପରାଧର ଲମ୍ବା ତାଲିକା ରହିଛି। ଏପର୍ଯ୍ୟନ୍ତ ଟିଟୋ ବିରୋଧରେ ୫୦ରୁ ଅଧିକ ମାମଲା ରହିଥିବା ଜଣାପଡିଛି। ବିଲ୍‍ଡର, ପେଟ୍ରୋଲ୍‍ପମ୍ପ ଓ ଠିକାଦାରଙ୍କଠାରୁ ଦାଦାବଟି ଆଦାୟ କରିବାଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଓ ଡକାୟତି ଭଳି ମାମଲାରେ ଟିଟୋ ଓ ତା’ର ଗ୍ୟାଙ୍ଗ ସମ୍ପୃକ୍ତ ବୋଲି ଜଣାପଡିଛି। ଅନ୍ୟ ସହଯୋଗୀମାନେ ହେଲେ ସେକ୍‍ ଆସିମ୍‍(୨୮), ସେକ୍‍ ଚୁନୁ(୩୫), କଟକ ଲାଲ୍‍ବାଗର ସୟଦ ଅଜର ସହିଦ(୨୮), ସରଫରାଜ୍‍ ଖାନ୍‍(୩୮), କଟକ ଦରଘାବଜାରର ନଦିମ୍‍ ଖାନ(୨୭) ଓ ଲାଲବାଗ୍‍ ଖଟବିନ୍‍ ସାହିର ବାବୁ ଖାନ୍‍(୩୨)। ଟିଟୋ ସୁସ୍ଥ ହେବା ପରେ ତାକୁ ଏସ୍‍ଟିଏଫ୍‍ ରିମାଣ୍ଡରେ ଆଣିବ ବୋଲି ଏସ୍‍ପି ଡ. ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ସହଯୋଗୀଙ୍କଠାରୁ ଏସ୍‍ଟିଏଫ୍‍ ୨ଟି ବନ୍ଧୁକ, ୪ଟି ଅଫୁଟା ଗୁଳି, ଗୋଟିଏ ଖୋକା, ୨ଟି ଭୁଜାଲି, ୬ଟି ମୋବାଇଲ୍‍ ଫୋନ୍‍ ଏବଂ ୪୫୦୦ ଟଙ୍କା ଜବତ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button