ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନୀ କେସ୍ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ
1 min read
ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୩୦/୧୦) : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନୀ କେସ୍ କରିବାକୁ ଯାଉଛନ୍ତି। ଗତ ଦୁଇଦିନ ହେବ ରାହୁଲ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସୋମବାର ଏକ ରାଲିକୁ ସମ୍ବୋଧିତ କରି ରାହୁଲ କହିଥିଲେ, ଶିବରାଜ ଚୌହାନଙ୍କ ପୁଅ କାର୍ତ୍ତିକେୟଙ୍କ ନାଁରେ ପାନାମା ପେପର୍ସ ଦୁର୍ନୀତି ଅଭିଯୋଗ ରହିଥିଲା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାଁରେ ମଧ୍ୟ ଏହି ଦୁର୍ନୀତି ଅଭିଯୋଗ ହୋଇଛି। ପାକିସ୍ତାନ ଭଳି ଦେଶରେ ନୱାଜଙ୍କୁ ଜେଲରେ ଭର୍ତ୍ତି କରିଥିଲାବେଳେ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁରେ ଦୁର୍ନୀତି ଆସିଲେ ତାଙ୍କୁ ଘଣ୍ଟ ଘୋଡାଯାଉଛି। ପୁଅଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିବାରୁ ଶିବରାଜ ରାହୁଲଙ୍କ ନାଁରେ ମାନହାନୀ କେସ୍ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଓ ମୋ ପରିବାର ସମସ୍ତଙ୍କୁ ସମ୍ମାନ କରୁ। ଗତ କିଛିଦିନ ହେଲା କଂଗ୍ରେସ ତାଙ୍କ ପରିବାରକୁ ନେଇ ବିଭିନ୍ନ ଆରୋପ ଲଗାଇଛି। କିନ୍ତୁ କାର୍ତ୍ତିକେୟଙ୍କ ନାଁରେ ଏଭଳି ମିଥ୍ୟା ମନ୍ତବ୍ୟ ଦେବା ତାଙ୍କୁ ପରିବାରର ସମ୍ମାନହାନୀ ଘଟିଛି ବୋଲି ଶିବରାଜ କହିଛନ୍ତି।