ଖେଳ

୨ୟ ରାଉଣ୍ଡରେ ସିନ୍ଧୁ ଓ ଶ୍ରୀକାନ୍ତ ; ମାଲେସିଆ ଓପନ୍‍

ଆଓରି-ବ୍ୟୁରୋ (୨୮/୬) : ଏଠାରେ ଚାଲିଥିବା ମାଲେସିଆ ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଅଲିମ୍ପିକ୍‍ ରୌପ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ଖେଳାଳି ପିଭି ସିନ୍ଧୁ। ସେହିପରି ପୁରୁଷ ସିଙ୍ଗଲ୍‍ସରେ କିଦାମ୍ବି ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ସିନ୍ଧୁ ଜାପାନ୍‍ର ଆୟା ଓହରିଙ୍କୁ ୨୬-୨୪ ଓ ୨୧-୧୫ ଗେମ୍‍ରେ ପରାସ୍ତ କରିଥିଲେ। ସୂଚନାଥାଉକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ମାଲେସିଆ ଓପନ୍‍ରେ ଖେଳିବା ନିମନ୍ତେ ନିଜକୁ ସଂପୂର୍ଣ୍ଣ ରୂପେ ଫିଟ୍‍ ରଖିବା ଉଦ୍ଦେଶ୍ୟରେ ଉବର କପ୍‍ ଫାଇନାଲସରୁ ଓହରି ଯାଇଥିଲେ। ମାଲେସିଆ ଓପନ୍‍ର ପ୍ରଥମ ରାଉଣ୍ଡର ପ୍ରଥମ ଗେମ୍‍ରେ ସିନ୍ଧୁ ଓ ଓହରିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତେବେ ସିନ୍ଧୁ ଟାଇବ୍ରେକର ମାଧ୍ୟମରେ ପ୍ରଥମ ଗେମ୍‍ରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ଗେମ୍‍ରେ ସିନ୍ଧୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସହଜରେ ବିଜୟୀ ହେବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ତୃତୀୟ ସିଡ୍‍ ସିନ୍ଧୁଙ୍କ ମୁକାବିଲା ଦ୍ୱିତୀୟ ରାଉଣ୍ଡରେ ମାଲେସିଆର ୟିଙ୍ଗ ୟିଙ୍ଗ ଲି ଓ ଚାଇନିଜ୍‍ ତାଇପେର ଚିଆଙ୍ଗ ୟିଙ୍ଗ ଲିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‍ର ବିଜେତା ସହ ହେବ। ପୁରୁଷ ସିଙ୍ଗଲ୍‍ସରେ କିଦାମ୍ବି ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଡେନମାର୍କର ଜାନ୍‍ ଓ ଜୋର୍ଗେନ୍‍ସନ୍‍ଙ୍କୁ ସିଧାସଳଖ ୨୧-୧୮, ୨୧-୯ ପଏଣ୍ଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍‍ସର ପ୍ରଥମ ରାଉଣ୍ଡରେ ବି ସାଇପ୍ରଣୀତ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଛନ୍ତି। ପ୍ରଥମ ରାଉଣ୍ଡରେ ସାଇ ପ୍ରଣୀତଙ୍କୁ ଚାଇନିଜ୍‍ ତାଇପେର ୱାଙ୍ଗ ଟିଜୁ ୱି ସିଧାସଳଖ ୨୧-୧୨, ୨୧-୭ ପଏଣ୍ଟରେ ପରାସ୍ତ କରିଥିଲେ। ସୂଚନାଥାଉକି ଏହି ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ବିଭାଗର ଅନ୍ୟ ଏକ ମ୍ୟାଚ୍‍ ଜିତି ଭାରତୀୟ ଖେଳାଳି ସାଇନା ନେହୱାଲ୍‍ ଦ୍ୱିତୀୟ ରାଉଣ୍ଡକୁ ପ୍ରବେଶ କରି ସାରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button