ରାଜ୍ୟ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ

ଆ.ଓ.ରି(ତା୯|୫)-

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତିକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।

ଫି’ ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ, ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଗତକାଲି ଛାତ୍ରଛାତ୍ରୀ କୁଳପତିଙ୍କ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ। ଛାତ୍ରଛାତ୍ରୀ ପାଟିତୁଣ୍ଡ କରିବା ସହ କୁଳପତିଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଫଳରେ ପୋଲିସ କର୍ଡନରେ ଅଫିସ ଭିତରକୁ ଯାଇଥିଲେ କୁଳପତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ କରାଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button