ମନୋରଞ୍ଜନ

ଶାହରୁଖ୍‌ ଖାନଙ୍କ ‘ଜିରୋ’କୁ ପଛରେ ପକାଇଲା ‘ସିମ୍ବା’

ଆଓରି-ନୂଆଦିଲ୍ଲୀ(୨୯/୧୨) : ଗତକାଲି ମୁକ୍ତିଲାଭ କରିଥିବା ରୋହିତ ସେଟ୍ଟିଙ୍କ ସୁପର ଆକସନ୍-କମେଡି ଫିଲ୍ମ ‘ସିମ୍ବା’ର ପ୍ରଥମ ଦିନର କଲେକସନ୍‌ ସାମ୍ନାକୁ ଆସିଛି। ଏହି ମାମଲାରେ ରଣବୀର୍‌ ଶାହରୁଖ୍‌ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। କାରଣ ଶାହରୁଖ୍‌ ଖାନଙ୍କ ‘ଜିରୋ’ ପ୍ରଥମ ଦିନ ୧୮ କୋଟି ଟଙ୍କା ଆୟ କରିଥିଲା।
ଜଣାଶୁଣା ଟ୍ରେଡ୍‌ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ ଏହା ପ୍ରଥମ ଦିନ ୨୨ କୋଟି ଟଙ୍କା ଆୟ କରିଛି। ଏହି ସିନେମାରେ ରଣବୀର ସିଂହଙ୍କ ଭଳି ଅଜୟ ଦେବଗନଙ୍କୁ ଦେଖିବା ଲାଗି ଦର୍ଶକ ଆଗ୍ରହୀ ଥିବା କୁହାଯାଉଛି। ଏଥିରେ ରଣବୀର ସିଂହ ଏବଂ ସାରା ଅଲ୍ଲୀ ଖାନ୍ ନାୟକ ନାୟିକା ଭୂମିକରେ ଅଛନ୍ତି। ‘ସିମ୍ବା’ରେ ଅଜୟ ଦେବଗନଙ୍କୁ ଦର୍ଶକ ପୁଣି ଥରେ ସିଂଘମ୍ ଷ୍ଟାଇଲ୍ ରୋଲରେ ଦେଖିବାକୁ ପାଇଛନ୍ତି। ଏହି ଫିଲ୍ମରେ ରଣବୀର ସିଂହଙ୍କ ସହ ଅଜୟ ଦେବଗନ୍ ପ୍ରଥମ ଥର ଆସିଛନ୍ତି।‘ସିମ୍ବା’ରେ ରଣବୀରଙ୍କ ଟ୍ରେନର ଓ ଗୁରୁ ଭୂମିକାରେ ଅଛନ୍ତି ଅଜୟ ଦେବଗନ।

ଏହି ସିନେମାର ଗୀତ ଆଁଖ୍‌ ମାରେ ବୋ ଲଡକା ଆଁଖ୍‌ ମାରେ ର ରିମିକ୍ସ ଭର୍ସନ୍‌ ଭଲ ହୋଇଥିବା କୁହାଯାଉଛି। କିନ୍ତୁ ସମୀକ୍ଷକମାନେ ସମୀକ୍ଷାରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button