ବିଶେଷ

ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠିତ

ପୁରୀ : ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଆଇନ ବିଭାଗ ଆଜି କମିଟିର ୧୦ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରିଛି ଏବଂ ଆସନ୍ତା ତିନି ବର୍ଷ ପାଇଁ ବଳବତ୍ତର ରହିବ। ତେବେ ଗତ ୨୦୧୪ରେ ଘୋଷଣା କରାଯାଇଥିବା କମିଟିରୁ ମାତ୍ର ତିନି ଜଣ ସଭ୍ୟଙ୍କୁ ପୁନଃ ଚୟନ କରାଯାଇଥିବା ବେଳେ କମିଟିରେ ୭ଜଣ ନୂଆ ମୁହଁଙ୍କୁ ସୁଯୋଗ ମିଳିଛି। ନବଗଠିତ ପରିଚାଳନା କମିଟିକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମନୋନୀତ ସଭ୍ୟମାନେ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ଆଶାୟୀ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ, ଏହି ତାଲିକାରେ ସିଦ୍ଧେଶ୍ୱର ମହାପାତ୍ର ମୁକ୍ତି ମଣ୍ଡପ ତରଫରୁ ପ୍ରତିନିଧିତ୍ଵ କରିବେ। ସେହିଭଳି ପୂଜାପଣ୍ଡା ନିଯୋଗ ପକ୍ଷରୁ ମାଧବ ପୂଜାପଣ୍ଡା, ମାଧବଚନ୍ଦ୍ର ମହାପାତ୍ର ପ୍ରତିହାରୀ ନିଯୋଗ, ଅନନ୍ତ ତିଆଡ଼ି ସୁଆର ନିଯୋଗ, ରାମଚନ୍ଦ୍ର ଦାସ ମହାପାତ୍ର ଦଇତାପତି ନିଯୋଗ, ତଳୁଛ ନୀଳକଣ୍ଠ ମହାପାତ୍ର ପୁଷ୍ପାଳକ ନିଯୋଗର ପ୍ରତିନିଧିତ୍ୱ କରିବେ। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ବିଜୟ ସାହୁ (ଚାଟାର୍ଡ୍‌ ଆକାଉଣ୍ଟାଣ୍ଟ୍‌), ସଚ୍ଚିଦାନନ୍ଦ ଦାଶ ମହାରାଜ (ଝାଞ୍ଜପିଟା ମଠ), ପଦ୍ମଶ୍ରୀ ରଘୁନାଥ ମହାପାତ୍ର( ସ୍ଥପତି ) ଓ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କ ନାମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button