ଜାତୀୟ

୧୨ବର୍ଷରୁ କମ୍‌ ବାଳିକା ଉତ୍ପୀଡ଼ନକାରୀଙ୍କୁ ଫାଶିଦଣ୍ଡ ପାଇଁ ବିଚାର

ଆଓରି(ତା୧୪|୪)- କେନ୍ଦ୍ର ସରକାର ବାଳିକାଙ୍କୁ ବଳାତ୍କାର ମାମଲାର ଦଣ୍ଡକୁ ଅଧିକ କଠୋର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ୧୨ବର୍ଷ କିମ୍ବା ତା’ଠାରୁ କମ୍‌ ବୟସ୍କ ବାଳିକାଙ୍କୁ ବଳାତ୍କାର ଘଟଣାରେ ଫାଶିଦଣ୍ଡକୁ ବଳବତ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଏ ସମ୍ପର୍କରେ ଶିଶୁ ଉତ୍ପିଡ଼ନ ଧାରାରେ ପରିବର୍ତ୍ତନ ଆଣି ଏହାକୁ ଅଧିକ କଠୋର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସଂଶୋଧନ ୧୦ଦିନ ମଧ୍ୟରେ ଚୂଡ଼ାନ୍ତ ରୂପ ନେବା ସହ ଏହାକୁ ଆଇନ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଇ ଦିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button