May 19, 2024

ପଦ୍ମ ଧରିଲେ ବରିଷ୍ଠ ନେତା ଡ. ଦାମୋଦର ରାଉତ

1 min read

ଆଓରି-ନୂଆଦିଲ୍ଲୀ(୧୪/୦୩) : ସବୁ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଲେ ବରିଷ୍ଠ ନେତା ଡ. ଦାମୋଦର ରାଉତ । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ   ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ ପ୍ରମୁଖଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦାମ ।

ବହୁ ମାନସିକ ମନ୍ଥନ ପରେ ଏପରି ଏକ ନିଷ୍ପତ୍ତି ନେଇଛି । ୩୫ ବର୍ଷ ବିଧାୟକ ରହି ଲୋକଙ୍କ ସେବା କରିଛି । ୧୯୭୭ରୁ ରାଜନୀତିକୁ ଆସି ଲୋକଙ୍କ ସେବାରେ ନିୟୋଜିତ ଥିଲି । ସ୍ୱର୍ଗତ ବିଜୁ ପଟ୍ଟନାୟକ ମତେ ରାଜନୀତି କ୍ଷେତ୍ରକୁ ଆଣିଥିଲେ । ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାରେ ଲୋକ ଗରିବ ଅଛନ୍ତି । ବିଜୁବାବୁଙ୍କ ବିଚାର ନିଆରା ଥିଲା । କିନ୍ତୁ Damodar-Rout-Joined-BJP-Aajira-Odishaପରେ ନବୀନ ପଟ୍ଟନାୟକ ଆସିଥିଲେ । ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲି । ନବୀନ ପଟ୍ଟନାୟକ ବିଜୁବାବୁଙ୍କ ପୁରା ଓଲଟା । ନବୀନ ପଟ୍ଟନାୟକଙ୍କ ଲୋକଙ୍କ ପ୍ରତି ମମତା ନାହିଁ । ସେ ନିଜର ସବୁ ସ୍କାମର ଲିମିଟ ପାର କରିଦେଲେ । ଏପରିକି ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ନବୀନ ଓଡ଼ିଆ ଶିଖିପାରିଲେନି । ଏସବୁ ପାଇଁ ବିଜେଡି ଛାଡ଼ିବାକୁ ପଡ଼ିଲା ବୋଲି କହିଛନ୍ତି ଦାମ ।

ଏହି ଅବସରରେ ଦାମ ରାଉତ ଜଣେ ବିଜୁବାବୁ ଆଦର୍ଶରେ ଅନୁପ୍ରାଣିତ ନେତା । ସେ ଦଳିତ, ଆଦିବାସୀମାନଙ୍କ ପାଇଁ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ତେଣୁ ତାଙ୍କୁ ବିଜେପିରେ ହୃଦୟର ସହ ଶୁଭେଚ୍ଛା କରୁଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କାର ହେବା ପରେ ଦାମ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପୋଲ ଖୋଲିଥିଲେ । ସେଥିମଧ୍ୟରୁ ଚାରା ଘୋଟାଲା, ଓମଫେଡ୍‌ ଦୁର୍ନୀତି ଏବଂ ସମବାୟ ଦୁର୍ନୀତି ସମ୍ପର୍କରେ ଦାମ ରାଉତ କରିଥିବା ଖୁଲାସା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲା । ବରିଷ୍ଠ ନେତା ଦାମ ରାଉତ ପଦ୍ମ ଧରିବା ପରେ ବିଜେପି ରାଜ୍ୟରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇବ ବୋଲି କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି ।  ଦାମ ରାଉତଙ୍କ ସମସ୍ତ ମନ୍ତବ୍ୟକୁ ବାଖ୍ୟା କଲେ ଗୋଟିଏ କଥା ସାମ୍ନାକୁ ଆସେ ଯେ, ସେ ନବୀନ ସରକାରକୁ  ବିତାଡିତ କରିବାକୁ ଚାହୁଁଛନ୍ତି । ତେବେ ଦାମବାବୁ ଆଜି ନବୀନଙ୍କୁ ନେଇ ଦେଇଥିବା ମନ୍ତବ୍ୟ ମଧ୍ୟ ତାହା ଦର୍ଶାଉଛି । ବିଜେଡି ସୁପ୍ରିମୋଙ୍କଠୁ ପ୍ରତିଶୋଧ ନେବେ ବୋଲି ମଧ୍ୟ କହିଛନ୍ତି ବରିଷ୍ଠ ଦାମବାବୁ।

ଏହାସହ ଦାମ ରାଉତ ପୂର୍ବରୁ ବିଜେପିରେ ମିଶିବା ନେଇ ଇଙ୍ଗିତ ଦେବା ସହ ପାରାଦୀପରେ ସେ ଚାହିଁଲେ ପଦ୍ମ ଫୁଟି ପାରିବ ବୋଲି କହିଥିଲେ । ଜଗତସିଂହପୁର  ଜିଲ୍ଲାର ପାରାଦୀପ ଏବଂ ଏରସମାରେ ଦବଦବା ରଖିଥିବା ଦାମ ରାଉତ ପଦ୍ମ ଧରିବା ପରେ ବିଜେପିକୁ ବହୁ ଫଳପ୍ରଦ ହେବ ନିଶ୍ଚିତ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.