ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ
1 min read
ଆଓରି-ଭୁବନେଶ୍ଵର(୦୯/୦୯) : ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି । ଗତକାଲି ରାତିରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ କ୍ୟାନସର ଭଳି ମହାମାରୀ ରୋଗରେ ପୀଡିତ ଥିଲେ ।
ବିଜନେସ ଷ୍ଟାଣ୍ଡାର୍ଡର ଓଡିଶା ବ୍ୟୁରୋ ଚିଫ ଥିଲେ ଦିଲ୍ଲୀପ ଶତପଥୀ । ଜଣେ ଉପସ୍ଥାପକ ଭାବେ ମଧ୍ୟ ଦୂରଦର୍ଶନରେ କାମ କରିଥିଲେ ଦିଲ୍ଲୀପ । ସାମ୍ବାଦିକତା କ୍ଷେତ୍ରରେ ଦିଲ୍ଲୀପଙ୍କ ବର୍ଷ ବର୍ଷର ଅବଦାନ ଅତୁଳନୀୟ । ତାଙ୍କ ବିୟୋଗରେ ସାମ୍ବାଦିକମହଲରେ ଶୋକର ଛାୟା ଖେଳିଯାଇଛି ।
ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜ ଟ୍ୱିଟ୍ ଜରିଆରେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସ୍ୱର୍ଗତ ଦିଲ୍ଲୀପଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିବା ସହ ଓଡ଼ିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱନ୍ତ୍ର ସ୍ଥାନ ତିଆରି କରିଥିବା ସେ କହିଛନ୍ତି ।