ଜାତୀୟ

କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କଲା ଗୃହ ମନ୍ତ୍ରାଳୟ

ଆଓରି-ନୂଆଦିଲ୍ଲୀ(୨୩/୦୭) : କେନ୍ଦ୍ର ଗୃହ ମନ୍ତ୍ରାଳୟ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ସମ୍ପୃକ୍ତ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସମୀକ୍ଷା ବୈଠକ ପରେ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।

ଲାଲୁଙ୍କ ବ୍ୟତୀତ ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ଉତ୍ତରପ୍ରଦେଶ ବିଜେପି ନେତା ସଂଗୀତା ସୋମ, ବିଜେପି ସାଂସଦ ରାଜୀବ ପ୍ରତାବ ରୁଡିଙ୍କ ସୁରକ୍ଷାରେ ହ୍ରାସ କରାଯାଇଛି। ସେହିପରି ଉତ୍ତରପ୍ରଦେଶ ସରକାରର ମନ୍ତ୍ରୀ ସୁରେଶ ରାଣା ଏବଂ ଏଲପିଜି ସାଂସଦ ଚିରାକ ପାସୱାନ, ପୂର୍ବତନ ସାଂସଦ ପପୁ ଯାଦବଙ୍କ ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି। ଗୃହ ମନ୍ତ୍ରାଳୟ ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରାଙ୍କ ଜେଡ ପ୍ଲସ୍‍ ସୁରକ୍ଷାକୁ ପ୍ରତ୍ୟାହାର କରିନେଇଛି। ଏହି ତାଲିକାରେ ପଞ୍ଜାବ କେସରୀର ସମ୍ପାଦକ ଏକେ ମିନ୍‍ହା ଏବଂ ଝାଡ଼ଖଣ୍ଡରେ ଜେଭିଏମ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button