କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ ଦମଦାର ଟକ୍କର
1 min read
ଆଓରି-ନୂଆଦିଲ୍ଲୀ(୨୪/୦୩) : ବହୁ ପ୍ରତିକ୍ଷିତ ଆଇପିଏଲ ୨୦୧୯ ଆରମ୍ଭ ହୋଇଯାଇଛି । ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଆରସିବିକୁ ହରାଇ ବିଜୟ ଯାତ୍ରା ଆରମ୍ଭ କରିଛି । ତେବେ ଆଜି ଅପରାହ୍ନ ୪ଟାରେ ଦୁଇ ଦମଦାର ଟିମ ମଧ୍ୟରେ ଟକ୍କର ହେବାକୁ ଯାଉଛି ।
କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ କୋଲକାତା ଇଡେନ ଗାର୍ଡେନ୍ରେ ହେବ । ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦକୁ ସାମ୍ନା କରିବ କୋଲକାତା । କେକେଆର ୨୦୧୪ରେ ଗୌତମ ଗମ୍ଭୀରଙ୍କ କ୍ୟାପଟେନ୍ସିପ୍ରେ ଆଇପିଏଲ କପ୍ ହାସଲ କରିଥିଲା । ତାପରଠୁ କେବଳ ପ୍ଲେଅଫ୍ରେ ଅଟକି ଯାଇଛି କେକେଆର ।
ଏହାସହ କେକେଆର ପାଖରେ ଅନୁଭବୀ ବୋଲର ସୁନୀଲ ନାରିନ୍, କୁଲଦୀପ ଯାଦବ ଏବଂ ପୀୟୁଷ ଚାୱଲା ପୁଣିଥରେ ସେମାନଙ୍କ ଜଲୱା ଦେଖାଇପାରନ୍ତି । ବ୍ୟାଟ୍ସମ୍ୟାନଙ୍କ କଥା କହିଲେ, ଶୁଭମନ ଗିଲ, କ୍ରିସ୍ ଲିନ୍, ରୋବିନ ଉତ୍ଥାପା, ଆନ୍ଡ୍ରେ ରସେଲ, କାର୍ତ୍ତିକ ଏବଂ ବ୍ରେଥୱେଟ୍ଙ୍କ ଭଳି ବିସ୍ଫୋଟକ ଖେଳାଳି ଅଛନ୍ତି ।
ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ କିଛି କମ୍ ନୁହେଁ । ପୂର୍ବ ଆଇପିଏଲ ଫାଇନାଲରେ ସିଏସ୍କେ ପାଖରୁ ପରାଜୟ ସ୍ୱିକାର କରିଥିଲା ଏସ୍ଆରଏଚ୍ । କେନ୍ ୱିଲିୟମ୍ସନ୍ କ୍ୟାପଟେନସିପ୍ ବାଲା ଏସ୍ଆରଏଚ୍ ଟିମ୍ ୨୦୧୬ରେ ଡେଭିଡ୍ ୱାର୍ଣ୍ଣର ଅଧିନାୟିକତ୍ୱରେ ଆଇପିଏଲ ଫାଇନାଲ ଜିତିଥିଲା ।
ସେବେଠୁ ଏସଆରଏଚ୍ର ପ୍ରଦର୍ଶନ ଦମଦାର ଜାରି ରହିଛି । ଏସଆରଏଚ୍ ଶିଖର ଧାୱନଙ୍କ ଅନୁପସ୍ଥିତିକୁ ଅନୁଭବ କରିବ, କାରଣ ସେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି । ବୋଲିଂ ଦାୟିତ୍ୱ ଏବେ ରଖିଦ ଖାନ, ବିଲି ଷ୍ଟେନ୍ଲେକ୍, ଭୁବନେଶ୍ୱର କୁମାର , ଖଲିଲ ଅହମ୍ମଦ, ସିଦ୍ଧାର୍ଥ ଏବଂ ବାସିଲ ଥପ୍ପିଙ୍କ ଉପରେ ନିର୍ଭରଶୀଳ । ଏସଆରଏଚ୍ ବ୍ୟାଟ୍ସମ୍ୟାନ କ୍ୟାପଟେନ୍ ୱିଲିୟମସନ, ୱାର୍ଣ୍ଣର, ମାର୍ଟିନ ଗୁପ୍ଟିଲ ଭଳି ଅନୁଭବୀ ପ୍ଲେୟରଙ୍କ ଉପରେ ନ୍ୟସ୍ତ ।
ସୂଚନାଯୋଗ୍ୟ, ଏବେସୁଦ୍ଧା କେକେଆର ଏବଂ ଏସଆରଏଚ୍ ମଧ୍ୟରେ ମୋଟ ୧୫ଟି ମ୍ୟାଚ୍ ହୋଇଛି । କେକେଆର ୯ଏବଂ ଏସଆରଏଚ୍ ୬ଟି ମ୍ୟାଚ୍ ଜିତିଛନ୍ତି । ସେହିଭଳି ଇଡେନ ଗାର୍ଡେନରେ କେକେଆର ଏବଂ ଏସଆରଏଚ୍ ମଧ୍ୟରେ ମୋଟ ୭ଟି ମ୍ୟାଚ୍ ହୋଇଛି । ଯେଉଁଥିରୁ କେକେଆର ୫ ଏବଂ ଏସଆରଏଚ୍ ୨ଟି ମ୍ୟାଚ୍ ଜିତିଛନ୍ତି ।