ରାଜ୍ୟ

ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ

ଆଓରି-ଭୁବନେଶ୍ଵର(୨୦/୦୬) : ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲା ହେବ । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପାଗ ଅନୁକୂଳ ହେବାରୁ ଆସନ୍ତାକାଲିଠାରୁ ସବୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ସ୍କୁଲର ଛୁଟି ଅବଧି ବଢାଯାଇଥିଲା । ପ୍ରଥମେ ଜୁନ୍ ୧୮ ଯାଏଁ ଖରାଛୁଟି ଘୋଷଣା କରାଯାଇଥିବା ବେଳେ ଦ୍ୱିତୀୟ ଥର ଜୁନ୍‌ ୨୫ ଯାଏଁ ଛୁଟି ବର୍ଦ୍ଧିତ କରାଯାଇଥିଲା ।

ତେବେ ଆଜି ସକାଳୁ ପାଣିପାଗରେ ପରିବର୍ତ୍ତନ ଆସିବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା କାରଣରୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ଓ ସଚିବ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button