ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ
1 min read
ଆଓରି(ତା୧|୫)-ଦେଶରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ। ପୋକ୍ସୋ ଆଇନ ଅନୁସାରେ ଏଭଳି ମାମଲାଗୁଡିକର ପରିଚାଳନା ଓ ତଦାରଖ ପାଇଁ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଏ.ଏମ୍. ଖାନଓ୍ୱିଲକର ଏବଂ ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ବେଞ୍ଚ ଏକ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ଲାଗି ସବୁ ରାଜ୍ୟର ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଯଦ୍ୱାରା ତଦନ୍ତ ତ୍ୱରାନ୍ୱିତ ହେବା ସହ ସାକ୍ଷୀଙ୍କୁ ନିର୍ଦ୍ଦାରିତ ତାରିଖରେ ହାଜର କରାଯାଇପାରିବ। ସାରା ଦେଶରେ ପୋକ୍ସୋ ଆଇନ ଅଧୀନରେ ୧ ଲକ୍ଷ, ୧୨, ୬୨୮ ମାମଲାର ବିଚାର ନ ହୋଇ ପଡି ରହିଥିବା ବେଳେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।