ରାଜ୍ୟ

ଯାଜପୁର ପୌର ପରିଷଦର ପ୍ରଶାସକ ଭାବରେ ଦାଇତ୍ଵ ନେଲେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର

ଆଓରି-ଭୁବନେଶ୍ଵର(୦୪/୧୨) : ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ପ୍ରଶାସକ ଭାବରେ କଳିଙ୍ଗନଗର  ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗୃହ ଓ ନଗର  ଉନ୍ନୟନ ବିଭାଗ ବିଜ୍ଞପ୍ତି ନଂ. ୨୬୩୭୮ ତା. ୨୯।୯।୨୦୧୮ରେ ପ୍ରଶାସକ ଭାବେ ନିଯୁକ୍ତି କରିଛନ୍ତି। ସୂଚନାଯୋଗ୍ୟ ଯେ, କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ପୌରପରିଷଦର ପ୍ରଶାସକ  ଭାବରେ ନିଯୁକ୍ତି ଦେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି  ହୋଇଥିଲା। ମିଶ୍ରଙ୍କୁ ବ୍ୟାସନଗର ପୌର ପରିଷଦର  ବିଭିନ୍ନ ସଂଗଠନ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button