ଜାତୀୟ

୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସଂଶା କଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ

ଆଓରି-ଭୁବନେଶ୍ଵର(୦୫/୦୮) : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,“ ଇଂରେଜ ଅମଳର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ହୋଇଛି। ଏଭଳି ଧାରା ଉଚ୍ଛେଦର ଆବଶ୍ୟକତା ଥିଲା। କୌଣସି ପାର୍ଟିକୁ ପଛରେ ରଖି ଭାରତ ପାଇଁ କାମ କରନ୍ତୁ।”
ସୂଚନା ଅନୁସାରେ, ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାରା ଦେଶବାସୀ ଏହାକୁ ସ୍ୱାଗତ କରିଛନ୍ତି।

ଅନ୍ୟପଟେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ଶିବ ସେନା ଏବଂ ବିଜେପି, ବିଜେଡ଼ି, ବିଏସପି, ମଧ୍ୟ ରାଜ୍ୟସଭାରେ ସମର୍ଥନ ଜଣାଇଛି । ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସମେତ ପିଡ଼ିପି ଓ ଜେଡ଼ିୟୁ ।

ବିଜେଡି ପକ୍ଷରୁ ରାଜ୍ୟସଭାରେ ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି, ବାସ୍ତବରେ ଆଜି ହିଁ ଜାମ୍ମୁ ଓ କାଶ୍ମୀର ଭାରତର ଅଂଶ ହେଲା । ବିଜେଡ଼ି ଏକ ଆଞ୍ଚଳିକ ଦଳ ହେଲେ ଆମ ପାଇଁ ଦେଶ ଆଗ । ପ୍ରଶନ୍ନ ଆହୁରି ମଧ୍ୟ କହିଛନ୍ତି ଯେ, ପିଓକେ ଭାରତରେ କେବେ ମିଶିବ ତାକୁ ଲୋକେ ଅପେକ୍ଷା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button