ମନୋରଞ୍ଜନ

‘ବାହୁବଳୀ-୨’ର ରେକର୍ଡ ଭଙ୍ଗ କଲା ‘ସଞ୍ଜୁ’

ଆଓରି-ମୁମ୍ବାଇ(୨/୭) : ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ବାହୁବଳୀ-୨’ର ରେକର୍ଡ ଭଙ୍ଗ କରିଛି ରାଜ କୁମାର ହିରାନୀଙ୍କ ଚଳଚ୍ଚିତ୍ର ‘ସଞ୍ଜୁ’। ‘ସଞ୍ଜୁ’ ଚଳଚ୍ଚିତ୍ର ରିଲିଜ୍‌ ହେବାର ତୃତୀୟ ଦିନରେ ୪୬.୭୧ କୋଟି ଟଙ୍କା ରୋଜଗାର କରି ‘ବାହୁବଳୀ-୨’ର ରେକର୍ଡ ଭଙ୍ଗ କରିଥିବା ସୂଚନା ରହିଛି। ତେବେ, ଏହା ‘ବାହୁବଳୀ’ର ହିନ୍ଦୀ ଭର୍ସନକୁ ଟକ୍କର ଦେଇଛି। ସୂଚନାଯୋଗ୍ୟ, ‘ବାହୁବଳୀ-୨’ର ହିନ୍ଦୀ ଭର୍ସନ ରିଲିଜ୍‌ ହେବାର ତୃତୀୟ ଦିନରେ ୪୬.୫୦ କୋଟି ଟଙ୍କା ରୋଜଗାର କରିଥିଲା।

ଉଲ୍ଲେଖଯୋଗ୍ୟ, ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ବହୁ ଲୋକପ୍ରିୟତା ହାସଲ କରି ସାରିଲାଣି। ପୂର୍ବରୁ ଯେତେ ବି ସବୁ ଚଳଚ୍ଚିତ୍ର ରିଲିଜ୍‌ ହୋଇଛି ଆରମ୍ଭରୁ କେୁଁ ବି ଚଳଚ୍ଚିତ୍ର ଏତେ ରୋଜଗାର କରିନଥିଲା।

ସଞ୍ଜୁ’ ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଥିଲା। ରଣବୀର କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଇଣ୍ଟର୍‌ନେଟ୍‌ରେ ଯେଉଁ ଲିଙ୍କ୍‌ରେ ଉପଲବ୍ଧ ଅନେକ ଲୋକ ସେହି ଲିଙ୍କ୍‌ର ସ୍କ୍ରିନ୍‌ ସର୍ଟ ମାରି କେତେ ଜଣ ସୋସିଆଲ୍‌ ମିଡିଆରେ ସେୟାର ମଧ୍ୟ କରିଥିଲେ। ଚଳଚ୍ଚିତ୍ରର ହଲ୍‌ ପ୍ରିଣ୍ଟ୍‌ ନୁହେଁ, ବରଂ ଏଚ୍‌ଡି ପ୍ରିଣ୍ଟ୍‌ ଇ୍‌ଣଟର୍‌ନେଟ୍‌ରେ ଉପଲବ୍ଧ ହେବା କଥା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କୁ ଦୁଃଖୀ କରିଥିଲା। ଏପରିକି ଅନେକ ବ୍ୟବହାରକାରୀ ଏହି ଲିଙ୍କ୍‌କୁ ଚାରିଆଡ଼େ ପ୍ରଚାର ନକରିବା ପାଇଁ ଟୁିଇଟର୍‌ରେ ମତ ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button