July 2, 2022

ଇଟାଲୀୟ ଅନ୍ତର୍ଜାତୀୟ ବାଲୁକା କଳା ପରସ୍କାର ୨୦୧୯ ପାଇଁ ମନୋନୀତ ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

1 min read
Sand Artists Sudarsan to get Italian Golden Sand Art Award 2019-Aajira-Odisha

ଆଓରି-ଭୁବନେଶ୍ଵର(୦୨/୧୧) : ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀୟ ଅନ୍ତର୍ଜାତୀୟ ବାଲୁକା କଳା ପରସ୍କାର ୨୦୧୯ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଇଟାଲୀରେ ଚଳିତ ମାସ ୧୩ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ସ୍କୋରାନା ସ୍ୟାଣ୍ଡ ନାଟିଭିଟି ଉତ୍ସବରେ ଏହି ପୁରସ୍କାର ଦିଆଯିବ। ସୁଦର୍ଶନ ଏହି ଉତ୍ସବରେ ଭାରତର ପ୍ରତିନିଧିତ୍ଵ କରିବେ। ୮ ଜଣ ବାଲୁକା ଶିଳ୍ପୀ ଆନ୍ତର୍ଜାତିକ ସ୍କୋରାନା ସ୍ୟାଣ୍ଡ ନାଟିଭିଟି ଉତ୍ସବରେ ଅଂଶ ଗ୍ରହଣ କରିବେ। ଏ ନେଇ ତାଙ୍କୁ ଆୟୋଜକ କମିଟି ଅଧ୍ୟକ୍ଷ ଜଣାଇଥିବା ଜଣାପଡିଛି।

ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସୁଦର୍ଶନ କହିଛନ୍ତି ଯେ ସେ ଇଟାଲୀରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗ ଦେବେ। ବାଲୁକା କଳା ମାଧ୍ୟମରେ ବିଭିନ୍ନ ସାମାଜିକ ବାର୍ତ୍ତା ଦେଉଥିବା ସୁଦର୍ଶନ ପଟ୍ଟନାୟକ ୬୦ରୁ ଅଧିକ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଅଂଶଗ୍ରହଣ କରି ମାନ ସମ୍ମାନ ସହ ଦେଶ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.