ବାଣିଜ୍ୟ

ବର୍ତ୍ତମାନ ବଜାରରେ ଉପଲବ୍ଧ ହେବ ସାମସଙ୍ଗ ଟ୍ୟାବ୍‌ ଏ ୧୦.୫

ଆଓରି-ନୂଆଦିଲ୍ଲୀ(୯/୮) : ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଟ୍ୟାବ୍‌ ଏ ୧୦.୫” କୁ ଉନ୍ମୋଚନ କରାଯାଇଛି। ଏହି ନୂଆ ଟାବଲେଟ୍‌ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମନୋରଂଜନ ଅନୁଭୂତି ପ୍ରଦାନ କରିବ। ଏହାର ଅଡିଓ ଓ ଭିଜୁଆଲ୍‌ ବୈଶିଷ୍ଟ୍ୟରେ ଉନ୍ନତି ଅଣାଯାଇଛି। ଏହା ଜରିଆରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ସିନେମାକୁ ଉପଭୋଗ କରିପାରିବେ।
ଗାଲାକ୍ସି ଟ୍ୟାବ୍‌ ଏ ୧୦.୫”ଜରିଆରେ ଗ୍ରାହକମାନେ ସିନେମା ଦେଖିପାରିବେ, ଗେମ୍‌ ଖେଳିପାରିବେ, ସଙ୍ଗିତ ଶୁଣିପାରିବେ ଓ ଇଟଂରନେଟ୍‌ ବ୍ରାଉଜ୍‌ କରିପାରିବେ । ଏହାର ୧୦.୫”ର ବଡ଼ ଡିସପ୍ଲେ ଜରିଆରେ ବହୁ କିଛି କାମ କରିପାରିବେ। ଏଥିରେ ଥ୍ରିଡି ସରାଉଣ୍ଡ୍‌ ସାଉଣ୍ଡ୍‌ ଅନୁଭୂତି ରହିଛି। ଏହା ବ୍ୟତୀତ ଏଥିରେ ଡଲ୍‌ବି ଆଟମସ୍‌ ଥିବା କ୍ୱାଡ୍‌ ସ୍ପିକର୍‌ ମଧ୍ୟ ରହିଛି। ଏଥିରେ ଶକ୍ତିଶାଳୀ ବ୍ୟାଟେରି ବ୍ୟବହାର କରାଯାଇଛି ଯାହା ୧୪.୫ ଘଣ୍ଟାର ବ୍ୟାକ୍‌ ଅପ୍‌ ପ୍ରଦାନ କରିବେ। ଏହା ଏଲ୍‌ଟିଇକୁ ମଧ୍ୟ ସମର୍ଥନ କରୁଛି। ଏହି ଟାବ୍‌ଲେଟ୍‌ ଜରିଆରେ ଗ୍ରାହକମାନେ ନିଜର ସ୍ମାର୍ଟ ହୋମ୍‌ ଆପ୍ଲାଏନ୍‌ସେସ୍‌ଗୁଡ଼ିକୁ ମଧ୍ୟ ପରିଚାଳନା କରିପାରିବେ। ଏହାର ସାମ୍ନାରେ ୫ ଏମ୍‌ପି ଓ ପଛରେ ୮ ଏମ୍‌ପି କ୍ୟାମେରା ରହିଛି। ଏହାର କିଡସ୍‌ ମୋଡ୍‌ ଜରିଆରେ ଶିଶୁମାନେ ବହୁତ କିଛି ଶିକ୍ଷା ଲାଭ କରିପାରିବେ। ପ୍ରଥମ ଥର ପାଇଁ ଏଥିରେ କିଡସ୍‌ ମୋଡ୍‌ ବ୍ୟବହାର କରାଯାଇଛି । ଏହି ଟାବଲେଟ୍‌ର ମୂଲ୍ୟ ୨୯,୯୯୦ ଟଙ୍କା ରହିଛି। ଏହା ସାମସଙ୍ଗ ଅନଲାଇନ୍‌ ସପ୍‌ ଓ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ। ଟାବଲେଟ୍‌ ପାଇଁ ଫ୍ଲିପ୍‌କାର୍ଟରେ ଅଗଷ୍ଟ ୯ରୁ ପ୍ରି ବୁକିଙ୍ଗ ଆରମ୍ଭ ହେବ। ସାମସଙ୍ଗ ଅନଲାଇନ୍‌ ସପ୍‌ରେ ଅଗଷ୍ଟ ୧୩ରୁ ମିଳିବ। ଏହା ଇବୋନି ବ୍ଲାକ୍‌ ଓ ଅର୍ବାନ୍‌ ବ୍ଲୁ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button