ରାଜନୀତି

ମୋଦିଙ୍କ ୪ ବର୍ଷର ଉପଲବ୍ଧି ସମ୍ପର୍କରେ ସୂଚନା ଦେଲେ ସମ୍ବିତ ପାତ୍ର, ବିଜେଡିର ସମାଲୋଚନା

ଆ.ଓ.ରି(ତା୨୫|୫)-ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ମୋଦି ସରକାରଙ୍କ ୪ ବର୍ଷର ଉପଲବ୍ଧି ଏବଂ ଓଡ଼ିଶା ପ୍ରତି ମୋଦିଙ୍କ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଦେଇ ସମ୍ବିତ କହିଛନ୍ତି ଯେ, ୨୦୧୪ରେ ମୋଦି ଆସିବା ପୂର୍ବରୁ ଅବିଶ୍ୱାସର ବାତାବରଣ ଥିଲା। ୪ ବର୍ଷ ମଧ୍ୟରେ ଆମେ କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଛୁ। ୪ ବର୍ଷରେ ଏହା ଅବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଯାତ୍ରା। ମୋଦିଙ୍କ ଦୃଢ଼ ଏବଂ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ଭ୍ରଷ୍ଟାଚାରକୁ ହଟାଇ ଆମେ ପାରଦର୍ଶିତା ଆଣିପାରିଛୁ। ଏବଂ ଏବେ ସାରା ବିଶ୍ୱକୁ ଭାରତ ଆର୍ଥିକ ଦିଗ୍‌ଦର୍ଶନ ଦେଉଛି ବୋଲି କହିଛନ୍ତି ସମ୍ବିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆସନ୍ତାକାଲି ମୋଦି ଓଡ଼ିଶା ମାଟିକୁ ଆସି ନିଜର ୪ ବର୍ଷର ସରକାରର ଉପଲବ୍ଧିର ବାର୍ତ୍ତା ଦେବେ। ଏଥିସହିତ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ବୋଲି ସମ୍ବିତ କହିଛନ୍ତି । ପାରାଦୀପରେ ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାର ଉଦ୍‌ଯାପନୀ ସମାରୋହରେ ମୋଦିଙ୍କ ଗସ୍ତକୁ ସମାଲୋଚନା କରିବା ସହ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଆସନ୍ତାକାଲି କଟକରେ ସାଢ଼େ ୪ କୋଟି ଓଡ଼ିଆ ସେମାନଙ୍କ ‘ମନ୍ କୀ ବାତ୍’ କହିବେ।

Related Articles

Leave a Reply

Your email address will not be published. Required fields are marked *

Back to top button