ଜାତୀୟ

ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ମରାମତି ପରେ ପୁଣି ଗଡ଼ିଲା ଟ୍ରେନ୍‌

ଆ.ଓ.ରି(ତା୧୯|୫)-ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିବା ସମଲେଶ୍ୱରୀ ଏକ୍ସପ୍ରେସର ମରାମତି ପରେ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା।

ଗତକାଲି ସମଲେଶ୍ୱରୀ ଟ୍ରେନଟି ହାୱଡ଼ାରୁ ଜଗଦଲପୁର ଯାଉଥିବାବେଳେ ଇଞ୍ଜିନ ସହ କିଛି ବଗି କେଉଟଗୁଡ଼ା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ଗତକାଲି ରାୟଗଡା ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନର୍ ଥିବା ଯାତ୍ରୀଙ୍କ ଲାଗି ମାଗଣାରେ ରହଣୀ ଓ ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା।

ଦୁର୍ଘଟଣା ପରେ ରାୟଗଡାରୁ ଏକ ସ୍ୱତନ୍ତ୍ର ଇଞ୍ଜିନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ବଗିଗୁଡିକୁ ରାୟଗଡା ଷ୍ଟେସନକୁ ଆଣିଥିଲା। ମରାମତି ପରେ ଗତକାଲି ରାତିରେ ପୁଣି ସମଲେଶ୍ୱରୀ ଏକ୍ସପ୍ରେସ୍ ଜଗଦଲପୁର ଅଭିମୁଖେ ଛାଡିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button