ସ୍ୱାସ୍ଥ୍ୟ

ଲୁଣ ପାଣି ଶରୀରକୁ ଇନଫେକ୍ସନଠାରୁ ଦୂରେଇ ରଖିଥାଏ। 

ସକାଳୁ ଗାଧୋଇଲେ ଦିନସାରା ଫ୍ରେସ୍‌ ଲାଗିଥାଏ। ହେଲେ ଯେଉଁମାନେ ପ୍ରତିଦିନ ସକାଳୁ ଲୁଣ ପାଣିରେ ଗାଧୋଇ ଥାଆନ୍ତି ସେମାନଙ୍କୁ ଅନେକ ଫାଇଦା ମିଳିଥାଏ। ଲୁଣରେ ଥିବା ମ୍ୟାଗ୍ନେସିୟମ, କ୍ୟାଲସିୟମ, ସୋଡିୟମ ଓ ମିନେରାଲ୍ସ ଶରୀରକୁ ଇନଫେକ୍ସନଠାରୁ ଦୂରେଇ ରଖିଥାଏ।
– ପ୍ରତିଦିନ ସକାଳେ ଲୁଣ ପାଣିରେ ଗାଧୋଇଲେ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ। ଏହାସହ କେଶ ମୂଳରେ ଥିବା କିଟାଣୁ ମଧ୍ୟ ମରିଯାଇଥାଆନ୍ତି। ଏହାଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ। -ଲୁଣରେ ଥିବା ମ୍ୟାଗ୍ନେସିୟମ, ସୋଡିୟମ ଓ କ୍ରୋମିୟମ ଲୋମ ଛିଦ୍ରରେ ଭିତରକୁ ଯାଇ ଶରୀରର ଭିତର ଅଂଶକୁ ସଫା କରିଥାଏ।
-ଥକ୍କା ଲାଗୁଥିଲେ ସନ୍ଧ୍ୟାରେ ଲୁଣ ପାଣିରେ ଗାଧୋଇଲେ ଥକ୍କାପଣ ଦୂର ହେବା ସହ ଭଲ ନିଦ ହୋଇଥାଏ।
-ଅଷ୍ଟିଓଆର୍ଥାଇଟିସ୍‌ ସମସ୍ୟା ଥିଲେ ଲୁଣ ପାଣିରେ ଗାଧୋଇଲେ ଏଥିରୁ ମୁକ୍ତି ମିଳିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button