ମାସ ଅଧା ହେଲାଣି, ମିଳିଲାନି ଦରମା
1 min read
ଆଓରି(ତା୧୫|୪)- ସରକାରୀ କର୍ମଚାରୀମାନଙ୍କର ଦରମା ମିଳିବା ବିମ୍ବଳ ହୋଇଛି। ପ୍ରତିମାସ ୧ରୁ ୪ ତାରିଖ ମଧ୍ୟରେ ଦରମା ପାଉଥିବା ୪ ଲକ୍ଷ କର୍ମଚାରୀ ଏପ୍ରିଲ ମାସ ୧୬ ତାରିଖ ସୁଦ୍ଧା ମଧ୍ୟ ଦରମା ପାଇପାରିବେ ନାହିଁ। ମାସ ଅଧା ହେବାକୁ ବସିଥିବା ବେଳେ ଦରମା ନ ପାଇ ପରିବାର ପ୍ରତିପୋଷଣ ନେଇ ହଇରାଣ ହରକତ ହେଉଛନ୍ତି ବୋଲି କର୍ମଚାରୀମାନେ କହିଛନ୍ତି। ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା(ଏଚଆରଏମଏସ) ତ୍ରୁଟି ଯୋଗୁ ଦରମା ପ୍ରଦାନରେ ବିଳମ୍ବ ହୋଇଥିବା କୁହାଯାଉଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ବଜ୍ରପାତ ଯୋଗୁ ଏଚଆରଏମଏସ ସର୍ଭର ପୋଡି ଯାଇଥିବାରୁ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି। ଅପଡେଟ ହେବା ପାଇଁ ବିଳମ୍ବ ହେଉଥିବାରୁ ସମୟ ଲାଗୁଛି। ଖୁବ୍ଶୀଘ୍ର ଏହା ଠିକ ହୋଇ ଦରମା ପ୍ରଦାନରେ ସହାୟକ ହେବ ବୋଲି ସେ କହିଛନ୍ତି।