April 25, 2024

ସଲମାନଙ୍କୁ ୫ବର୍ଷ ଜେଲ

1 min read

ଆଜିର ଓଡିଶା (ତା୬|୪|)-    ଦୀର୍ଘ ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କୁ ୫ବର୍ଷ ଜେଲଦଣ୍ଡାଦେଶ ହୋଇଛି | ରାୟ ପ୍ରକାଶ ପରେ ତାଙ୍କୁ ଯୋଧପୁର କେନ୍ଦ୍ରୀୟ ଜେଲକୁ ପଠାଇଦିଆଯାଇଛି | ଆସନ୍ତା କାଲି ତାଙ୍କ ଜାମିନ ଆବେଦନର ମନ୍ତବ୍ୟ ଦିଆଯିବ | ୧୯୯୮ ରେ ହିନ୍ଦୀ ଚଳଚିତ୍ର “ହମ ସାଥ ସାଥ ହେ ” ଶୁଟିଙ୍ଗ କରିବାକୁ ଯୋଧପୁର ଯାଇଥିବା  କିଛି ବଲିଉଡ ତାରକା ମାନେ କୃଷ୍ଣସାର ମୃଗ ଶିକାର କରିଥିଲେ | ସେମାନଙ୍କ ମଧ୍ୟରେ ଥିବା ପ୍ରସିଦ୍ଧ ତାରକମାନେ ହେଲେ ତବୁ, ସୋନାଲୀ ବେନ୍ଦ୍ରେ , ନୀଲମ କୋଠାରି ଓ ଶଇଫଲି ଖାନ |ରାୟ ପ୍ରଦାନ ବେଳେ ଯୋଧପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବାକୁମାର ଖାତ୍ରି କହିଛନ୍ତି ବନ୍ୟଜନ୍ତୁ ଆଇନର ଉଲଂଘନ କରି ଅଭିଯୁକ୍ତ ଦୁଇଟି ନିରୀହ କୃଷ୍ଣସାର ମୃଗ ମାରିଥିଲେ | ସେ ଜଣେ ଲୋକପ୍ରିୟ ଚଳଚିତ୍ର ତାରକା , ଲୋକେ ତାଙ୍କ କାର୍ଯ୍ୟ କୁ ଅନୁକରଣ କରିଥାନ୍ତି |  ସମ୍ପ୍ରତି ବନ୍ୟଜନ୍ତୁ ଶିକାର ବଢିଚାଲିଛି | ତେଣୁ ଏହି ମାମଲା ରେ ଉଦାରତା ଦେଖାଇବା ଉଚିତ ନୁହେଁ ବୋଲି ବିଚାରପତି କହିଥିଲେ | ପ୍ରତିପକ୍ଷ ଓକିଲ କହିଲେ ,ସଲମାନ ଖାନ ନିର୍ଧାରିତ ସମୟରେ କୋର୍ଟରେ ହାଜର ହେବା ସହ ବିଚାର ପ୍ରକ୍ରିୟାରେ ସହାୟତା କରି ଆସିଛନ୍ତି | ତାଙ୍କୁ ପୂର୍ବରୁ ୫ ଦିନ ବନ ବିଭାଗ ହାଜତ ରେ ରଖାଯାଇଥିଲା | ପ୍ରୋବେସନ ଅଫ ଅଫେଣ୍ଡର୍ସ ଆଇନରେ ତାଙ୍କୁ ସୁବିଧା ମିଳିବା ଉଚିତ ବୋଲି  ଓକିଲ ଯୁକ୍ତି ଦର୍ଶାଇ ଥିଲେ |

ଯୋଧପୁର କେନ୍ଦ୍ରୀୟ ଜେଲ ରେ ପୂର୍ବରୁ ସଲମାନ ଖାନ ୩ ଥର ରେ ମୋଟ ୧୮ ଥର କଟାଇଛନ୍ତି| ଏଥର ଜେଲ ରେ ତାଙ୍କର ନୂଆ ପରିଚୟ କଏଦୀ ନମ୍ବର ୧୦୬ ହୋଇଛି | ସୁରକ୍ଷା ଦ୍ରୁଷ୍ଟିରୁ ତାଙ୍କୁ ଆସାରାମ ବାପୁଙ୍କ ପାଖ ବାରକ ରେ ରଖାଯିବ ଓ ସାଧାରଣ ବନ୍ଦୀଙ୍କ ଭଳି ଖାଇବାକୁ ଦିଆଯିବ ବୋଲି ଜେଲ ସୁପରିଟେନ୍ଡେଣ୍ଟ କହିଛନ୍ତି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.