ଖେଳ

ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲରେ ସାଇନା ନେହୱାଲ୍‌

ଜାକର୍ତ୍ତା : ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍‌ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ଖେଳାଳି ସାଇନା ନେହୱାଲ୍‌ । ସାଇନା ସେମିଫାଇନାଲରେ ବିଶ୍ୱର ୪ନଂ ଖେଳାଳି ଥାଇଲାଣ୍ଡର ରାଟଚାନୋକ୍‌ ଇଣ୍ଟାନନ୍‌ଙ୍କୁ ସିଧାସଳଖ ୨୧-୧୯, ୨୧-୧୯ରେ ପରାସ୍ତ କରିଥିଲେ ।

ଏହି ମ୍ୟାଚ୍‌ ୪୮ ମିନିଟ୍‌ ଧରି ଚାଲିଥିଲା । ପ୍ରଥମ ଗେମ୍‌ରେ ସାଇନା ମୂଳରୁ ଲଢ଼ୁଆ ଖେଳ ପ୍ରଦର୍ଶନ କରି ୧୦-୬ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ । ପରେ ରାଟଚୋନୋକ୍‌ ଗେମ୍‌କୁ ପ୍ରତ୍ୟାବର୍ତ୍ତନ କରି ଜୋରଦାର୍‌ ପ୍ରଦର୍ଶନ କରିଥିଲେ । ତେବେ ଶେଷ ବେଳକୁ ସାଇନା ଧୈର୍ଯ୍ୟର ସହ ଖେଳି ପ୍ରଥମ ଗେମ୍‌କୁ ଜିତି ନେଇଥିଲେ । ଦ୍ୱିତୀୟ ଗେମ୍‌ରେ ମଧ୍ୟ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ରାଟଚାନୋକ୍‌ ମୂଳରୁ ଅଗ୍ରହୀ ହାସଲ କରିଥିଲେ ମଧ୍ୟ ବିରତି ବେଳକୁ ସାଇନା ୧୧-୮ ପଏଣ୍ଟରେ ଅଗ୍ରଣୀ ରହିଥିଲେ । ଶେଷ ପର୍ଯ୍ୟନ୍ତ ଦୁଇ ଖେଳାଳିଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା । ରାଟଚାନୋକ୍‌ କେତେକ ଭଲ୍‌ ଟସ୍‌ ଖେଳିଥିଲେ ମଧ୍ୟ ସାଇନାଙ୍କୁ ପରାସ୍ତ କରିବାରେ ବିଫଳ ହୋଇଥିଲେ । ଏହି ମ୍ୟାଚ୍‌ରେ ସାଇନା ଓ ଇଣ୍ଟାନନ୍‌ଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଫାଇନାଲରେ ସାଇନାଙ୍କ ମୁକାବିଲା ବିଶ୍ୱର ୧ନଂ ଖେଳାଳି ଚାଇନିଜ ତାଇପେର ଟାଇଜୁ ୟିଙ୍ଗ୍‌ ଓ ୮ମ ସିଡ଼୍‌ ଚୀନ୍‌ର ହି ବିଙ୍ଗଜିଆଓଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ସହ ହେବ । ସୂଚନାଥାଉକି ସାଇନା ଏହି ପ୍ରତିଯୋଗିତାର କ୍ୱାର୍ଟରରେ ଅନତମ ଭାରତୀୟ ଖେଳାଳି ପିଭି ସିନ୍ଧୁଙ୍କୁ ସିଧାସଳଖ ୨୧-୧୩, ୨୧-୧୯ ପଏଣ୍ଟରେ ପରାସ୍ତ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button